Latest Odisha News

BREAKING NEWS

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର, ଆଜି କରୋନାରୁ ସୁସ୍ଥ ହେଲେ ୨୪୮୩ ଜଣ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଆଜି ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ବଢିଛି । ରାଜ୍ୟରେ ଆଜି ୨ ହଜାର ୪ଶହ ୮୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୪୯୬ ଥିବା ବେଳେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଛନ୍ତି ୧୨ ଲକ୍ଷ ୫୩ ହଜାର ୯୧୪ ଜଣ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲାରୁ ୨୦୪, କଟକରୁ ୧୯୭, ନୟାଗଡ଼ରୁ ୧୨୪, ମୟୂରଭଂଜରୁ ୧୦୨, ଗଜପତିରୁ ୯୦, ଅନୁଗୁଳରୁ ୮୯, ସମ୍ବଲପୁରରୁ ୮୮, କେନ୍ଦ୍ରାପଡ଼ାରୁ ୭୩, ଯାଜପୁରରୁ ୭୧ ଓ ବାଲେଶ୍ୱରରୁ ୬୯ ଜଣ, କୋରାପୁଟରୁ ୬୫, ବଲାଙ୍ଗୀରରୁ ୬୩, କଳାହାଣ୍ଡିରୁ ୬୩, କେନ୍ଦୁଝରରୁ ୫୭, ନୂଆପଡ଼ାରୁ ୫୩, ପୁରୀରୁ ୫୩, ଭଦ୍ରକରୁ ୫୧, ଗଂଜାମରୁ ୪୮, ଜଗତସିଂହପୁରରୁ ୪୭, ନବରଂଗପୁରରୁ ୪୦, ଦେବଗଡ଼, ଝାରସୁଗୁଡ଼ା ଓ ରାୟଗଡ଼ାରୁ ୩୮ ଲେଖାଏଁ, ବରଗଡ଼ରୁ ୩୬, ସୁବର୍ଣ୍ଣପୁରରୁ ୨୯, କନ୍ଧମାଳରୁ ୨୫, ଢେଙ୍କାନାଳରୁ ୨୧, ମାଲକାନଗିରିରୁ ୭ ଓ ରାଜ୍ୟପୁଲରୁ ୧୦୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

Comments are closed, but trackbacks and pingbacks are open.