Latest Odisha News

BREAKING NEWS

ବିଜେପି ଗୁଣୁପୁର ବିଧାନସଭାର ସଂଚାଳନ ବୈଠକରେ ରଣନୀତି ପ୍ରସ୍ତୁତି, ଡବଲ ଇଂଜିନ ସରକାର ଉପରେ ଗୁରୁତ୍ୱ

ଗୁଣୁପୁର: ଭାରତୀୟ ଜନତା ପାର୍ଟି ଗୁଣୁପୁର ବିଧାନସଭାର ଏକ ଗୁରୁତ୍ୱପୂର୍ଣ୍ଣ ସଂଚାଳନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉଭୟ ଲୋକସଭା ଆସନ ସହ ଗୁଣୁପୁର ବିଧାନସଭା ଆସନ ଜିତିବୁ ବୋଲି ଦୃଢ଼କ୍ତି ପ୍ରକାଶ ପାଇଛି ।

ଗୁଣୁପୁର ବିଧାନସଭାର ସଂଯୋଜକ ପ୍ରମୋଦ କୁମାର ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ କୋରାପୁଟ ଲୋକସଭା ପ୍ରଭାରୀ ଗୋବିନ୍ଦ ଜୈନ, ରାୟଗଡା ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ, ଗୁଣୁପୁର ବିଧାନସଭା ପ୍ରଭାରୀ ଶିବାଜୀ ଦାସ, ବରିଷ୍ଠ କାର୍ଯ୍ୟକର୍ତ୍ତା ନରସିଂହ ମଣ୍ଡାଙ୍ଗୀ ଏବଂ ୱାଇ ଗଣପତି ଯୋଗଦେଇ କିଭଳି ଆମକୁ ଗୁଣୁପୁର ବିଧାନସଭା ଏବଂ କୋରାପୁଟ ଲୋକସଭା ପ୍ରାର୍ଥୀଙ୍କୁ ବିଜୟ କରିବା ତାକୁ ନେଇ ଆଲୋଚନା କରାଯାଇଥିଲା ।

ଗୁଣୁପୁର ବିଧାନସଭାର ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ ଚଳିତ ୨୪ ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ଦିଆ ଯାଇଥିଲା । ସେହିଭଳି କୋରାପୁଟ ଲୋକସଭା ର ପ୍ରାର୍ଥୀ ଭାବେ କାଳିରାମ ମାଝୀ ମଧ୍ୟ ଚଳିତ ୨୪ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ।

ଏହି ବୈଠକରେ ଗୁଣୁପୁର ବିଧାନସଭା ସଭାର ୧୦ଟି ମଣ୍ଡଳର ସଭାପତି ଏବଂ କାର୍ଯ୍ୟକର୍ତ୍ତା ମଧ୍ୟ ଯୋଗଦେଇଥିଲେ । ପରେ ପାର୍ଟି ର କାର୍ଯ୍ୟାଳୟ ମଧ୍ୟ ଉଦଘାଟନ କରାଯାଇଥିଲା ।

Leave A Reply

Your email address will not be published.