ଭୁବନେଶ୍ୱର: ନୂଆ ବହି ଛପା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି। ବସିଲା ବଡ଼ ବୈଠକ । SCERT କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ, ସଚିବ ଏବଂ ଓସେପା ନିର୍ଦ୍ଦେଶକ। ସମ୍ପୂର୍ଣ ତ୍ରୁଟି ଶୂନ୍ୟ ନୂତନ ପାଠ୍ୟ ପୁସ୍ତକ ଯୋଗାଇବେ ସରକାର। ନୂଆ ବହି କେତେ ଶୀଘ୍ର ଛପାଯିବ ଓ କୋର୍ସ କଣ ରହିବ ସେନେଇ ଆଲୋଚନା ହୋଇଛି। ଏନେଇ SCERT ପକ୍ଷରୁ ମନ୍ତ୍ରୀ, ସଚିବଙ୍କୁ ଦିଆଯାଇଛି ପ୍ରେଜେଣ୍ଟେସନ। ଗତକାଲି ଗଣଶିକ୍ଷା ସଚିବଙ୍କ ଘୋଷଣା ପରେ ଆଜି SCERTରେ ଗଣଶିକ୍ଷା ମନ୍ତ୍ରୀ ଓ ସଚିବ।
ଦୀର୍ଘ ସମୟ ଧରି ଚାଲିଲା ଆଲୋଚନା। ତ୍ରୁଟି ଥିବା ବହିକୁ ତର୍ଜମା ହୋଇଛି । ବିଭିନ୍ନ ବହି ମଗାଇ ମନ୍ତ୍ରୀ ଓ ସଚିବ ଆଲୋଚନା କରିଛନ୍ତି। ନୂଆ ବହି କେତେଶୀଘ୍ର ଛପା ଯିବ ଏବଂ ତାହାର କୋର୍ସ କଣ ରହିବ ସେନେଇ ହୋଇଛି ଆଲୋଚନା । ରାଜ୍ୟର ସମସ୍ତ ସରକାରୀ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଗତକାଲି ସ୍ପଷ୍ଟ କରିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍. ଥିରୁମାଲା ନାୟକ।