Latest Odisha News

BREAKING NEWS

ବୁଲଡୋଜର ପଂହଚିଲା, ଭଙ୍ଗା ହେବ ନାସାଉ ଷ୍ଟାଡିୟମ

ନ୍ୟୁୟର୍କ: ଚଳିତ ଆଇସିସି ଟି୨୦ ବିଶ୍ୱକପ କ୍ରିକେଟରେ ଆମେରିକାକୁ ହରାଇ ଭାରତ ସୁପର ଏଇଟରେ ପ୍ରବେଶ କରିଛି । ଏହି ମ୍ୟାଚ ନାସାଉ କାଂଉଟି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳା ଯାଇଥିଲା । ରିପୋର୍ଟ ମୁତାବକ ଏହି ମ୍ୟାଚ ପରେ ନାସାଉ ଷ୍ଟାଡିୟମକୁ ଭଙ୍ଗା ଯିବା ପାଇଁ ବୁଲଡୋଜର ପଂହଚିଛି । ଏହି ଷ୍ଟାଡିୟମରେ ଡ୍ରପ ଇନ ପିଚର ବ୍ୟବହାର କରାଯାଇଥିଲା । ଅବଶ୍ୟ ପିଚକୁ ନେଇ ଟିମଗୁଡିକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଶ୍ୱକପ ପାଇଁ ଏଠାରେ ୩୪୦୦୦ ଦର୍ଶକ କ୍ଷମତା ଥିବା ଅସ୍ଥାୟୀ ଷ୍ଟାଣ୍ଡର ନିର୍ମାଣ କରାଯାଇଥିଲା । ଏବେ ଏହି ଷ୍ଟାଡିୟମକୁ ଭାଙ୍ଗି ଦିଆଯାଇ ପୂର୍ବଭଳି କରାଯିବ ।

ଯାହା ଫଳରେ ପଡିଆକୁ ସ୍ଥାନୀୟ ବାସିନ୍ଦା ବ୍ୟବହାର କରିପାରିବେ । କେବଳ ପିଚ ଓ ପଡିଆ ବ୍ୟତୀତ ସବୁ କିଛି ଭଙ୍ଗା ଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି । ଡ୍ରପ ଇନ ପିଚକୁ ଆଡିଲେଡ ଓଭାଲର ହେଡ କ୍ୟୁରେଟର ଡେମିୟନ ହଫଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ପିଚକୁ ଭାଗ ଭାଗ କରି ୨୦ ଘଂଟାର ଯାତ୍ରା ପରେ ଏଠାକୁ ଅଣା ଯାଇଥିଲା । ତେବେ ଏହି ପିଚର ଉପଯୋଗ ଆଇସିସିକୁ ନିରାଶ କରିଛି । ଗୋଟିଏ ଦୁଇଟି ମ୍ୟାଚ ବ୍ୟତୀତ ଷ୍ଟାଡିୟମ ଖାଲି ପଡିଥିଲା ।

Comments are closed.