Latest Odisha News

ପିପିଲି ଉପନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ଅନୁଷ୍ଠିତ ହୋଇଛି ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ । କୋଭିଡ ଗାଇଡଲାଇନ ଅନୁପାଳନ ନେଇ ଜିଲ୍ଲା ପ୍ରଶାସନ ଓ ରାଜନୈତିକ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ନିର୍ବାଚନ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଯୋଗ ଦେଇଥିଲେ । ଗାଇଡଲାଇନ ଅନୁଯାୟୀ ପ୍ରଚାରରେ କୌଣସି ବାଇକ କିମ୍ବା ସାଇକେଲରେ ଶୋଭାଯାତ୍ରା ହୋଇପାରିବ ନାହିଁ । ଦଳୀୟ ପ୍ରଚାର ବୈଠକରେ ସର୍ବାଧିକ ୨୦୦ ଲୋକେ ସାମିଲ ହୋଇପାରିବେ ।

ସେହିପରି ଷ୍ଟାର ପ୍ରଚାରକଙ୍କ ସହ ୧ ହଜାର ଲୋକ କିମ୍ବା ବସିବା କ୍ଷମତାର ସର୍ବାଧିକ ୫୦ ପ୍ରତିଶତ ଲୋକ ଯୋଗ ଦେଇପାରିବେ । ଆଦର୍ଶ ଆଚରଣ ବିଧି ଉଲଂଘନ ପାଇଁ ଜାରି ହୋଇଛି ଟୋଲ ଫ୍ରି’ ନମ୍ବର । ୧୯୫୦କୁ ଫୋନ୍ କରି ଅଭିଯୋଗ କରିପାରିବେ ଅଭିଯୋଗକାରୀ । ପିପିଲି ଉପନିର୍ବାଚନ ପାଇଁ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ, ୨ ଲକ୍ଷ ୨୯ ହଜାର ୯୯୮ ଭୋଟର ମତଦାନ କରିବେ । ଉପନିର୍ବାଚନ ପାଇଁ ୩୪୮ଟି ବୁଥ୍ ପ୍ରସ୍ତୁତ ଥିବା ବେଳେ, ୧୫ଟି ମଡେଲ ବୁଥ କରାଯାଇଛି । ଏହାସହ ୧୦୨ଟି ଅତିସମ୍ବେଦନଶୀଳ ବୁଥ ରହିଥିବା ବେଳେ ୭୩ଟି ସମ୍ବେଦନଶୀଳ ବୁଥ ଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.