ଓଭାଲ:ଏଠାରେ ଅନୁଷ୍ଠିତ ୪ର୍ଥ କ୍ରିକେଟ ଟେଷ୍ଟରେ ଭାରତ ୧୫୭ ରନରେ ଇଂଳଣ୍ଡକୂୁ ପରାସ୍ତ କରିଛି । ଏଥିସହ ୫୦ ବର୍ଷ ପରେ ଓଭାଲରେ ଭାରତ ଆୟୋଜକ ଇଂଲଣ୍ଡକୁ ପରାସ୍ତ କରିବାରେ ସଫଳ ହୋଇଛି । ସେହିପରି ୩୫ ବର୍ଷ ପରେ ଇଂଲଣ୍ଡ ମାଟିରେ ଭାରତ ଗୋଟିଏ ସିରିଜରେ ୨ଟି ମ୍ୟାଚ ଜିତିଛି । ଭାରତ ସିରିଜରେ ୨-୧ରେ ଆଗୁଆ ରହିଛି । ୩୬୮ ରନର ଟାର୍ଗେଟକୁ ପିଛା କରି ଘରୋଇ ଦଳ ୨୧୦ ରନରେ ଅଲଆଉଟ ହୋଇ ଯାଇଥିଲା । ରରୀ ବର୍ଣ୍ଣସ(୫୦) ଓ ହସିବ ହମୀଦ(୬୩) ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଜୋ ରୁଟ ୩୬ ରନର ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ଉମେଶ ଯାଦବ ୩ଟି ଏବଂ ଯଶପ୍ରୀତ ବୁମରାହ, ଶାର୍ଦ୍ଦୁଳ ଠାକୁର ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଁଏ ଉଇକେଟ ହାସଲ କରିଥିଲେ ।
ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୧୯୧ ରନ ଜବାବରେ ଇଂଲଣ୍ଡ ୨୯୦ରନ ସଂଗ୍ରହ କରିଥିଲା । ଦ୍ୱିତୀୟ ଇନିଂସରେ ଭାରତ ୪୬୬ ରନ କରିଥିଲା । ୧୦୦ ରନରେ ପ୍ରଥମ ଉଇକେଟ ହରାଇଥିବା ଇଂଲଣ୍ଡ ନାଟକୀୟ ଢ଼ଙ୍ଗରେ ଆଉ ୫ଟି ଉଇକେଟ ୪୭ ରନରେ ହରାଇଥିଲା । ଏହା ପରେ ଭାରତୀୟ ବୋଲର ତାଙ୍କୁ ଆଉ ପ୍ରତ୍ୟାବର୍ତନ କରିବା ସୁଯୋଗ ଦେଇ ନ ଥିଲେ । ରୋହିତ ଶର୍ମା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
BREAKING NEWS
- ଆଇସିଜେ ପ୍ରେସିଡେଣ୍ଟ ୟୁଜି ଇୱାସାୱାଙ୍କ କିଟ୍ ଓ କିସ୍ ପରିଦର୍ଶନ
- ୫୪ତମ ନେହେରୁ ଜୁନିୟର ହକି ଟାଇଟଲ ଜିତିଲା ଓଡ଼ିଶା ନାଭଲ ଟାଟା ହକି ସେଣ୍ଟର
- ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପଞ୍ଜାବ କିଙ୍ଗ୍ସ ସହ ବଡ଼ ଟ୍ରେଡ୍ ଡିଲ୍ ପଛର କାହାଣୀ କ’ଣ?
- ଆନ୍ଧ୍ରରୁ ବୁଡ଼ ପକାଇବାକୁ ଆସିଥିଲେ… ଦଶାଶ୍ୱମେଧ ଘାଟରେ ବୁଡିଗଲେ ଦମ୍ପତି
- ଏସି ମରାମତି ବେଳେ ଫାଟିଲା କମ୍ପ୍ରେସର, ଜଣେ ମୃତ, ୨ ଗୁରୁତର
- ବସ୍ ଭଡ଼ା ବୃଦ୍ଧି କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ବସ୍ର ଭଡ଼ା କେତେ?
- କୁଲଗାମ ଆକ୍ରମଣ ଘଟଣା: ଲତିଫକୁ ଧରିବାକୁ ୧୫ ଲକ୍ଷର ପୁରସ୍କାର ଘୋଷଣା
- ୟୁଥ୍ ଅଲିମ୍ପିକ୍ସ ୨୦୨୬: ଅମ୍ବେକର୍ ମୀତେଇଙ୍କ ଐତିହାସିକ ପଞ୍ଚ, ଭାରତ ଜିତିଲା ପ୍ରଥମ ସ୍ୱର୍ଣ ପଦକ
- ୧୪ରେ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଘର,ପକ୍କା ଘର ପାଇବେ ୨ ଲକ୍ଷରୁ ଅଧିକ ହିତାଧିକାରୀ;ଆସିବେ କେନ୍ଦ୍ରମନ୍ତ୍ରୀ…
- ଖ୍ୱାଜାଙ୍କ ଚାଂଚଲ୍ୟକର ବୟାନକୁ ଖଣ୍ଡନ କଲେ ପୂର୍ବତନ କୋଚ
Comments are closed.