Latest Odisha News

BREAKING NEWS

ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା; ଆମେରିକା ତିଆରି କରିବ ‘ଗୋଲ୍ଡେନ ଡୋମ୍ ମିସାଇଲ୍ ଡିଫେନ୍ସ ସିଲ୍ଡ’

ନୂଆଦିଲ୍ଲୀ: ବର୍ତ୍ତମାନ, ବିଶ୍ୱର ବିଭିନ୍ନ ଅଞ୍ଚଳର ଅନେକ ଦେଶ ମଧ୍ୟରେ ଯୁଦ୍ଧ କିମ୍ବା ଉତ୍ତେଜନାର ବାତାବରଣ ଜାରି ରହିଛି । ରୁଷ-ୟୁକ୍ରେନ ଯୁଦ୍ଧ, ଇସ୍ରାଏଲ-ହମାସ ଯୁଦ୍ଧ କିମ୍ବା ଭାରତ ଏବଂ ପାକିସ୍ତାନ ମଧ୍ୟରେ ନିକଟରେ ସାମରିକ ସଂଘର୍ଷରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ କିମ୍ବା କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ବିଷୟରେ ବହୁତ ଆଲୋଚନା ହୋଇଛି । ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଦେଶ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ଏକ ନୂତନ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ତିଆରି କରିବାକୁ ଘୋଷଣା କରିଛନ୍ତି । ସେ ଏହାକୁ ‘ଗୋଲ୍ଡେନ ଡୋମ୍ ମିସାଇଲ୍ ଡିଫେନ୍ସ ସିଲ୍ଡ’ ନାମ ଦେଇଛନ୍ତି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, “ଆମେ ଗୋଲଡେନ୍ ଡୋମ୍ ମିସାଇଲ୍ ଡିଫେନ୍ସ ସିଲ୍ଡ ବିଷୟରେ ଏକ ଐତିହାସିକ ଘୋଷଣା କରୁଛୁ । ଆମେରିକାର ୪୦ତମ ରାଷ୍ଟ୍ରପତି ରୋନାଲ୍ଡ ରିଗନ ବହୁ ବର୍ଷ ପୂର୍ବରୁ ଏହା ଚାହୁଁଥିଲେ, କିନ୍ତୁ ତାଙ୍କ ପାଖରେ ଟେକନୋଲୋଜି ନଥିଲା । କିନ୍ତୁ ଏହା ଏପରି କିଛି ଯାହା ଆମେ ପାଇବୁ।”

ଆମେ ଏକ ଉଚ୍ଚ ସ୍ତରରେ ଗୋଲଡେନ ମିସାଇଲ ଡିଫେନ୍ସ ସିଲ୍ଡ ଗ୍ରହଣ କରିବୁ । ସେ କହିଥିଲେ- ନିର୍ବାଚନ ପ୍ରଚାର ସମୟରେ, ମୁଁ ଆମେରିକାର ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲି ଯେ ବିଦେଶୀ କ୍ଷେପଣାସ୍ତ୍ର ଆକ୍ରମଣର ବିପଦରୁ ଆମ ଦେଶକୁ ରକ୍ଷା କରିବା ପାଇଁ ମୁଁ ଏକ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ମିସାଇଲ୍ ଡିଫେନ୍ସ ସିଲ୍ଡ ନିର୍ମାଣ କରିବି । ଆଜି ଆମେ ତାହା କରୁଛୁ ବୋଲି ଟ୍ରମ୍ପ କହିଛନ୍ତି ।

ଗୋଲ୍ଡେନ ଡୋମ୍ ମିସାଇଲ୍ ଡିଫେନ୍ସ ସିଲ୍ଡ ତିଆରି ପାଇଁ ୧୭୫ ବିଲିୟନ ଡଲାର ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏହି ମିସାଇଲ୍ ଡିଫେନ୍ସ ସିଲ୍ଡର ଉଦ୍ଦେଶ୍ୟ ହେଉଛି ଚୀନ୍ ଏବଂ ରୁଷ ଦ୍ୱାରା ସୃଷ୍ଟି ହୋଇଥିବା ବିପଦରୁ ଆମେରିକାକୁ ସୁରକ୍ଷା ଦେବା । ଡୋନାଲ୍ଡ ଟ୍ରମ୍ପ ପ୍ରକାଶ କରିଛନ୍ତି ଯେ ସେ ଏହି କ୍ଷେପଣାସ୍ତ୍ର ମିସାଇଲ୍ ଡିଫେନ୍ସ ଚୂଡ଼ାନ୍ତ ଡିଜାଇନ୍ ବାଛିଛନ୍ତି । ଆମେରିକାର ମହାକାଶ ବାହିନୀର ଜେନେରାଲ ମାଇକେଲ ଗୁଏଟଲିନଙ୍କୁ ଏହି ପ୍ରକଳ୍ପର ମୁଖ୍ୟ କରାଯାଇଛି ।

Comments are closed.