ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଶୁକ୍ରବାର ଦିନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି।
ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏହାର ସହ-ସଭାପତି ଗୋବିନ୍ଦ ଦେବ ଗିରିଜୀ ମହାରାଜ ରାଷ୍ଟ୍ରପତି କୋବିନ୍ଦଙ୍କୁ ଭେଟିଥିବା ନେଇ ସୂଚନା ମିଳିଛି।
ତାଙ୍କ ସହ ଭିଏଚପିର କାର୍ଯ୍ୟରତ ସଭାପତି ଆଲୋକ କୁମାର, ମନ୍ଦିର ନିର୍ମାଣ କମିଟି ମୁଖ୍ୟ ନ୍ରିପେନ୍ଦ୍ର ମିଶ୍ର ଓ ଆରଏସଏସ ନେତା କୁଳଭୂଷଣ ଆହୁଜା ପ୍ରମୁଖ ରହିଥିଲେ।
ସେ ଦେଶର ପ୍ରଥମ ନାଗରିକ ହୋଇଥିଲା ବେଳେ ଆମେ ତାଙ୍କୁ ସାକ୍ଷାତ କରିଥିଲୁ। ଆଉ ସେ ୫,୦୦,୧୦୦ ଟଙ୍କା ଦାନ କରିଥିବା ନେଇ ଶ୍ରୀ କୁମାର ପ୍ରକାଶ କରିଛନ୍ତି।
Comments are closed.