Latest Odisha News

BREAKING NEWS

ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ମହାମହିମ

ପାରାଦୀପ : ଚଳିତବର୍ଷ ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମ୍ମୁ। ଏଥିନେଇ ଚଳଚଞ୍ଚଳ ହୋଇ ଉଠିଛି ପୁରା ବନ୍ଦରନଗରୀ ପାରାଦୀପ। କିଏ ରାସ୍ତା ସଫା କରୁଛି ତ କିଏ ରାସ୍ତା କଡରେ ରଙ୍ଗ ଲଗାଇ ଚକଚକ୍ କରୁଛି। ପାରାଦୀପ ର ଗଳିକନ୍ଦି ଏବେ ଚିକଚିକ୍ କରୁଛି। ଆଉ ମାତ୍ର ଗୋଟାଏ ଦିନ ପରେ ଗୋପବନ୍ଧୁ ଷ୍ଟାଡିୟମ ରେ ଅବତରଣ କରିବ ଭାରତୀୟ ବାୟୁସେନାର ହେଲିକପ୍ଟର । ଆଉ ସେଥିରୁ ଓହ୍ଲାଇ ପାରାଦୀପ ମାଟିରେ ପାଦ ଥୋଇବେ ମହାମହିମ। ଗୋପବନ୍ଧୁ

ଷ୍ଟାଡିୟମରେ ପହଞ୍ଚିବା ପରେ ସିଧା ଯିବେ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ୱେଷ୍ଟ ବେସିନ୍ । ଓଡ଼ିଆ ଜାତିର ନୌବାଣିଜ୍ୟ ପରମ୍ପରା କୁ ନୂତନ ପିଢି ର ମନରେ ଉଦ୍ଜୀବିତ ରଖିବା ଉଦ୍ଦେଶ୍ୟ ନେଇ ବାଣିଜ୍ୟ କରିବାକୁ ଯିବାକୁ ପ୍ରସ୍ତୁତ ଥିବା ସାତ ସାଧବ ପୁଅ ର ବୋଇତ କୁ ଦେବେ ମେଲାଣି । ଚଳିତ ବର୍ଷ ବନ୍ଦର ର ସମୃଦ୍ଧି ଆଉ ବ୍ୟବସାୟ ବୃଦ୍ଧି ନେଇ ମଧ୍ୟ ପୂଜାର୍ଚ୍ଚନା ହେବ । ପରେ ସେଠାରୁ ପାରାଦୀପ ନେହେରୁବଙ୍ଗଳା ରେ କିଛି ମତ୍ସଜୀବୀ ଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

ଯାହାକୁ ନେଇ ପୁରା ତତ୍ପର ହୋଇଉଠିଛି  ଜିଲ୍ଲା ପ୍ରଶାସନ। ପୋଲିସ ପ୍ରଶାସନ ପକ୍ଷରୁ ଘନଘନ ବୈଠକ ହେବା ସହିତ ୩୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରାଞ୍ଚଳ ଆଇଜି ପାରାଦୀପରେ ପହଞ୍ଚି ସମସ୍ତ ପୋଲିସ ଅଫିସରଙ୍କ ସହ ଆଲୋଚନା କରିବା ସହିତ ପୋଲିସ ପ୍ରଶାସନ ପକ୍ଷରୁ ଏକ ଡେମୋ କରାଯାଇଛି। ତେବେ ମହାମହିମ ରାଷ୍ଟ୍ରପତି ପାରାଦୀପ ଆସୁଥିବାରୁ ପାରାଦୀପବାସୀ ବେଶ୍ ଉତ୍ସାହିତ ଅଛନ୍ତି।

Leave A Reply

Your email address will not be published.