Latest Odisha News

BREAKING NEWS

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ରହିଛି ଏହିସବୁ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଶୁକ୍ରବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫେବ୍ରୁଆରି ୧୦ ଓ ୧୧ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଷ୍ଟ୍ରପତିଙ୍କ ସଚିବାଳୟ ‘ପର୍ସନାଲ୍‌ ସେଲ୍‌’ ପକ୍ଷରୁ ଜାରି ହୋଇଥିବା ଗସ୍ତ ସୂଚୀରେ ଏହି ସୂଚନା ମିଳିଛି।

ସୂଚନା ଅନୁସାରେ, ଶ୍ରୀମତୀ ମୁର୍ମୁ ଫେବ୍ରୁଆରୀ ୧୦ ତାରିଖରେ ପାଲାମ ବିମାନ ବନ୍ଦରୁ ବାୟୁସେନା ବିମାନ ଯୋଗେ ଆସି ପୂର୍ବାହ୍ନ ୧୧.୪୫ ମିନିଟ୍‌ରେ ଭୂବନେଶ୍ୱରରେ ପହଞ୍ଚିବେ। ଏହାପରେ ତାଙ୍କର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିଦର୍ଶନର କାର୍ଯ୍ୟକ୍ରମ ରହିଛି। ବିଶ୍ୱବିଦ୍ୟାଳୟ ପରିଦର୍ଶନ ସରିବା ପରେ ରାଷ୍ଟ୍ରପତି ସେଠାରୁ ସେଠାରୁ ୫.୧୫ରେ ବାହାରି ୫.୩୦ରେ ରାଜଭବନରେ ପହଞ୍ଚିବେ। ରାଜଭବନରେ ରାତ୍ର ରହଣୀ ସାଙ୍ଗଗୁ ରାତ୍ର ଭୋଜନ କରିବେ ରାଷ୍ଟ୍ରପତି।

ତା ପର ଦିନ ଶନିବାର ସକାଳ ୯ ଟାରେ ଲିଙ୍ଗରାଜ ମନ୍ଦିର ଦର୍ଶନ କରିବେ ରାଷ୍ଟ୍ରପତି । ଏହାପରେ ଭୁବନେଶ୍ୱର ବିମାନ ବନ୍ଦରରୁ ବାୟୁସେନା ହେଲିକପ୍ଟର୍‌ ‘ଏମ୍‌ଆଇ ୧୭’ ଯୋଗେ ରାଷ୍ଟ୍ରପତି ପୂର୍ବାହ୍ନ ୧୦.୪୫ରେ କଟକରେ ପହଞ୍ଚିବେ। ସେଠାରେ ରାଷ୍ଟ୍ରପତି ‘ଆଇସିଏଆର୍‌-ନ୍ୟାସ୍‌ନାଲ୍‌ ରାଇସ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ରେ ଦ୍ୱିତୀୟ ‘ଇଣ୍ଡିଆନ୍‌ ରାଇସ୍‌ କଂଗ୍ରେସ୍‌’ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

କଟକରେ ଉଦ୍‌ଘାନଟୀ କାମ ସାରି ପୁଣି ଦିନ ୧୨. ୪୫ରେ ରାଷ୍ଟ୍ରପତି ଭୁବନେଶ୍ୱର ଫେରି ଆସି ବିମାନବନ୍ଦରରେ ମଧ୍ୟାହ୍ନ ଭୋଜନ କରିବେ। ପୁଣି ସେହିଠାରୁ ହିଁ ‘ବିବିଜେ’ ବିମାନରେ ଦିଲ୍ଲୀ ଫେରିଯାଇ ଅପରାହ୍ନ ୩.୪୦ରେ ରାଷ୍ଟ୍ରପତି ଭବନରେ ପହଞ୍ଚିବେ ରାଷ୍ଟ୍ରପତି ମୁର୍ମୁ।

Leave A Reply

Your email address will not be published.