Latest Odisha News

ଆଜି ରାଷ୍ଟ୍ରପତିଙ୍କ ଜନ୍ମଦିନ: ମହାପ୍ରଭୁଙ୍କ ଦର୍ଶନ କଲେ ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ମହାମିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୬୫ତମ ଜନ୍ମଦିବସ। ଏହି ଅବସରରେ ହଜଖାସ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ରାଷ୍ଟ୍ରପତି। ଏହି ଦିନରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୂଜା କରିଥିଲେ। ଆଜି ବିଶ୍ୱପ୍ରସିଦ୍ଧ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା। ଏହି ଅବସରରେ ସେ ଟ୍ୱିଟ ଜରିଆରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦ ଜଣାଇଛନ୍ତି।

ପବିତ୍ର ରଥଯାତ୍ରା ଅବସରରେ ହଜଖାସ ଜଗନ୍ନାଥ ମନ୍ଦିରକୁ ସୁନ୍ଦର ଭାବେ ସଜାଯାଇଥିଲା। ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ଥିବା ସମସ୍ତ ସଭ୍ୟ ଏବଂ କର୍ମକର୍ତ୍ତାମାନଙ୍କୁ ଭେଟିଥିଲେ ରାଷ୍ଟ୍ରପତି। ଏନେଇ ସେ କହିଛନ୍ତି, ‘ମହାପ୍ରଭୁଙ୍କ ରଥଯାତ୍ରାରେ ବହୁତ ସୁନ୍ଦର ବ୍ୟବସ୍ଥା କରାଯାଇଛି। ମହାପ୍ରଭୁଙ୍କ ଦର୍ଶନ ମୋ ପାଇଁ ସୌଭାଗ୍ୟ, ତେଣୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଛି ଯେ ଏହି ପବିତ୍ର ରଥଯାତ୍ରା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ହୋଇଉଠୁ।’

ରାଷ୍ଟ୍ରପତିଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ବୈଦେଶୀକ ମନ୍ତ୍ରୀ ଟ୍ୱିଟ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟରେ କହିଛନ୍ତି, ‘ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ତାଙ୍କର ସମର୍ପଣ ଆମ ସମସ୍ତଙ୍କୁ ପ୍ରେରଣା ଦିଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜ୍ଞାନ, ଗାରିମା ଓ ଆମ ଲୋକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧତାର ଏକ କିରଣ। ଦେଶର ପ୍ରଗତିକୁ ଆଗକୁ ବଢାଇବା ଲାଗି ତାଙ୍କ ପ୍ରୟାସ ପ୍ରଶଂସାଯୋଗ୍ୟ। ମୁଁ ତାଙ୍କ ସୁସ୍ଥ ଓ ଦୀର୍ଘ ଜୀବନ କାମନା କରୁଛି।’

ସେହିପରି ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ କରି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ‘ଦେଶର ସେବା ତଥା ସମାଜର ପ୍ରତ୍ୟେକ ବିଭାଗର କଲ୍ୟାଣ ପାଇଁ ଆପଣଙ୍କର ଉତ୍ସର୍ଗୀକୃତତା ପ୍ରେରଣାଦାୟକ। ପ୍ରଶାସନ ଏବଂ ଜନସେବା କ୍ଷେତ୍ରରେ ଦେଶକୁ ଆପଣଙ୍କ ଅଭିଜ୍ଞତାର ଲାଭ ମିଳୁଛି। ମୁଁ ଆପଣଙ୍କର ସୁସ୍ଥ ଦୀର୍ଘ ଜୀବନ କାମନା କରୁଛି।’ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍. ଜୟଶଙ୍କର ମଧ୍ୟ ଟ୍ବିଟ ଜରିଆରେ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣେଇବା ସହ ତାଙ୍କର ସୁସ୍ଥ ଦୀର୍ଘ ଜୀବନ କାମନା କରିଛନ୍ତି।

Comments are closed.