Latest Odisha News

BREAKING NEWS

୨୧ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଉରକେଲାରେ ୪ଟି ପ୍ରକଳ୍ପର କରିବେ ଲୋକାର୍ପଣ

ରାଉରକେଲା: ପୁଣି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ୨୧ ତାରିଖରେ ଓଡିଶା ଗସ୍ତରେ ଆସି ରାଉରକେଲାରେ ୪ଟି ପ୍ରକଳ୍ପର କରିବେ ଲୋକାର୍ପଣ କରିବେ ମହାମହିମ । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ରାଉରକେଲା ଗସ୍ତ । ମହାମହିମ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କରିବା ପାଇଁ ଯୋରଦାର ପ୍ରସ୍ତୁତ କରାଯାଉଛି ।

ତେବେ, ସ୍ଵତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ବାହାରି ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବା ପରେ ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ଉଡ଼ାଣ ଭରି ପୂର୍ବାହ୍ନ ୧୧.୧୦ ମିନିଟ୍‌ରେ ରାଉରକେଲା ବିମାନବନ୍ଦରରେ ଅବତରଣ କରିବେ । ଆଦିବାସୀ ସଂସ୍କୃତି ପରମ୍ପରା ଆଦିବାସୀ ନୃତ୍ୟରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କରାଯିବ ଭବ୍ୟ ସ୍ୱାଗତ । ସେଠାରୁ ସେକ୍ଟର ୧୩ ମେଲଣ ପଡ଼ିଆକୁ ରାଷ୍ଟ୍ରପତି ଯିବେ ଯେଉଁଠାରେ ଆୟୋଜନ କରାଯାଇଛି ସାଧାରଣ ସଭା ।

ରାଷ୍ଟ୍ରପତିଙ୍କ ଦ୍ଵାରା ଲୋକାର୍ପଣ ହେବାକୁ ଥିବା ଏହି ୪ ପ୍ରକଳ୍ପ ପରିଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ପରେ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତିଙ୍କ ରାଉରକେଲା ଗସ୍ତକୁ ନେଇ ସୂଚନା ଦିଆଯାଇଛି । ସମ୍ପୂର୍ଣ୍ଣ ହୋଇଥିବା ୪ଟି ପ୍ରକଳ୍ପ ଭିତରେ ରହିଛି, ୪୨.୪୪ କୋଟି ଟଙ୍କା ବ୍ୟୟରେ କୋଏଲ ନଗର ମନୋରଞ୍ଜନ ପାର୍କ, ୨୭ କୋଟି ବ୍ୟୟରେ ଛେଣ୍ଡ୍ ସ୍ଥିତ ସାଇନ୍ସ ପାର୍କ ଏଣ୍ଡ ପ୍ଲାନେଟୋରିୟମ, ୪୮ କୋଟି ବ୍ୟୟରେ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର, ୪୦ କୋଟି ବ୍ୟୟରେ ଆଦିବାସୀ ମ୍ୟୁଜିୟମ୍ ।

Leave A Reply

Your email address will not be published.