Latest Odisha News

BREAKING NEWS

President’s Colour Award:ପ୍ରଥମ ଥର ପାଇଁ ‘ପ୍ରେସିଡେଣ୍ଟସ୍ କଲର’ପୁରସ୍କାର ପାଇବ ଓଡ଼ିଶା ପୋଲିସ;ସବୁ ସ୍ତରର ସହକର୍ମୀ, ଅଧିକାରୀଙ୍କୁ ଶ୍ରେୟ ଦେଲେ ଡିଜିପି

ଭୁବନେଶ୍ବର:ଓଡ଼ିଶା ପୋଲିସଙ୍କୁ ମିଳିବ ‘ପ୍ରେସିଡେଣ୍ଟସ୍ କଲର’ ପୁରସ୍କାର । ପ୍ରଥମ ଥର ପାଇଁ ପ୍ରେସିଡେଣ୍ଟ କଲାର ସମ୍ମାନରେ ସମ୍ମାନୀତ ହେବ ରାଜ୍ୟ ପୋଲିସ । ଯାହା ଓଡ଼ିଶା ପୋଲିସ ପ୍ରତିଷ୍ଠାର ୯୧ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପ୍ରଦାନ କରାଯାଉଛି । ଯାହାକୁ ନେଇ ଡିଜିପି ଓ୍ବାଇ.ବି. ଖୁରାନିଆ ସବୁ ସ୍ତରର ସହକର୍ମୀ, ଅଧିକାରୀଙ୍କୁ ଶ୍ରେୟ ଦେଇଛନ୍ତି । ଏହି ପୁରସ୍କାର ପ୍ରଦାନ କରିବା ନିମନ୍ତେ ଖୁବ୍‌ଶୀଘ୍ର ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଭାରତରେ ଏକ ସାମରିକ ୟୁନିଟ୍, ତାଲିମ ପ୍ରତିଷ୍ଠାନ କିମ୍ବା ପୋଲିସ ଫୋର୍ସକୁ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନଜନକ ପୁରସ୍କାର ହେଉଛି ‘ପ୍ରେସିଡେଣ୍ଟସ୍ କଲର’ । ସାହସିକତା ଏବଂ ବୃତ୍ତିଗତତାକୁ ସ୍ୱୀକୃତି ଦେଇଥାଏ ଏହି ପୁରସ୍କାର । ଏକ ଆନୁଷ୍ଠାନିକ ପତାକା ଏବଂ ଉତ୍କର୍ଷତାର ପ୍ରତୀକ ସ୍ୱରୂପ ମେଡାଲ କିମ୍ବା ବ୍ୟାଚ୍ ଦିଆ ଯିବାର କାର୍ଯ୍ୟକ୍ରମ ରହିଛି । ସାରା ଦେଶରେ ଏହା ଓଡ଼ିଶା ପୋଲିସକୁ ବଡ଼ ସଫଳତା ବୋଲି କୁହାଯାଉଛି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ, ପରେଡ ପ୍ରସ୍ତୁତ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ ବିଭାଗ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି I ଡିଜିପିଙ୍କ କ୍ୟାମ୍ପ ଅଫିସରେ ଡିଜିପି ୱାଇ.ବି. ଖୁରାନିଆଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କ୍ରାଇମବ୍ରାଞ୍ଚ DG ବିନୟତୋଷ ମିଶ୍ର, ADG ଆଇନଶୃଙ୍ଖଳା ସଞ୍ଜୟ କୁମାର, ADG ଆଧୁନିକୀକରଣ ସୌମେନ୍ଦ୍ର ପ୍ରିୟଦର୍ଶୀ, ADG କମ୍ୟୁନିକେସନ ଦୟାଲ ଗଙ୍ଗୱାର, ADG ସଂଜୀବ ପଣ୍ଡା, ADG ରାଜେଶ କୁମାର, ADG ICAW ଏସ୍ ସାଇନି, HRPC ଯତୀନ୍ଦ୍ର କୋଏଲ, ପୋଲିସ କମିଶନର ଦେବଦତ୍ତ ସିଂ, ADG ମୁଖ୍ୟାଳୟ ପ୍ରତୀକ ମହାନ୍ତି, IG ପ୍ରବୀଣ କୁମାର, IG କ୍ରାଇମବ୍ରାଞ୍ଚ ସାର୍ଥକ ଷଡଙ୍ଗୀ ପ୍ରମୁଖ ଯୋଗଦେଇଥିଲେ ।

Comments are closed.