Latest Odisha News

BREAKING NEWS

ସଂସଦ ପରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଲା କୃଷି ବିଲ୍‌

ନୂଆଦିଲ୍ଲୀ: ସଂସଦରେ ପାରିତ ହୋଇଥିବା ୩ଟି କୃଷି ବିଲ୍ ରବିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଞ୍ଜୁରୀ ପାଇଛି । ରାଷ୍ଟ୍ରପତିଙ୍କ ଦସ୍ତଖତ ପରେ ଏହି ୩ ବିଲ୍ ଏବେ ଆଇନରେ ପରିଣ ହୋଇଛି ।

ହେଲେ ଏହି ବିଲକୁ ଖାସକରି ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶ ଆଦି ଜିଲ୍ଲାର କୃଷକ ମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି ।

ଅଧିକ ପଢନ୍ତୁ- ଭାରତ ବନ୍ଦ: କୃଷି ବିଲକୁ ବିରୋଧ କରି ରାଜରାସ୍ତାରେ ଚାଷୀ

ଯଦିଓ ବିରୋଧ ସତ୍ୱେ କୃଷି ସମ୍ପର୍କିତ ବିଲକୁ ୨ଟି ଗୃହରେ ପାରିତ କରାଯାଇଥିଲା । ଏହି ବିଲ୍ ଉପରେ ରାଜ୍ୟ ସଭାରେ ଆଲୋଚନା ସମୟରେ ବିରୋଧି ମାନେ ଖୁବ୍ ହଙ୍ଗାମା କରିଥିଲେ । ଏପରିକି ବିରୋଧି ଦଳର ସାଂସଦ ମାନେ ଉପ-ସଭାପତିଙ୍କ ଆସନ ପାଖରେ ବି ପହଞ୍ଚି ଯାଇଥିଲା । ଯାହା ଫଳରେ ରାଜ୍ୟ ସଭାକୁ କିଛି ସମୟ ପାଇଁ ମୁଲତବୀ କରାଯାଇଥିଲା ।

ଅଧିକ ପଢନ୍ତୁ- ରାଜ୍ୟସଭାରେ ତୃତୀୟ କୃଷି ବିଲ୍ ପାରିତ, ମୌସୁମୀ ଅଧିବେଶନ ବଏକଟ୍ କଲେ ବିରୋଧି

Leave A Reply

Your email address will not be published.