Latest Odisha News

BREAKING NEWS

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

ପାଟନା: ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ରବିବାର ଦିନ ଜେଡିୟୁରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ବାସଭବନରେ ସେ ବିଧିବଦ୍ଧ ଭାବେ ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ଗୁପ୍ତେଶ୍ୱର ପାଣ୍ଡେ କହିଛନ୍ତି ଯେ, “ ମୁଁ ରାଜନୀତି ବୁଝେ ନାହିଁ । ମୋତେ ମୁଖ୍ୟମନ୍ତ୍ରୀ ଡାକିଛନ୍ତି ଏବଂ ଦଳରେ ସାମିଲ ହେବା ପାଇଁ କହିଥିଲେ । ମୁଁ ଜଣେ ସାଧାରଣ ବ୍ୟକ୍ତି ଏବଂ ନିଜ ସମୟ ସମାଜର ନିମ୍ନ ବର୍ଗର ଲୋକଙ୍କୁ ସାହାର୍ଯ୍ୟ କରିବାରେ ବିତାଇବା ପାଇଁ ଚାହୁଁଛି” ।

ଆହୁରି ମଧ୍ୟ ଗତ ସେପ୍ଟେମ୍ବର ୨୨ ତାରିଖରେ ନିଜ ଦାୟିତ୍ୱରୁ ଭିଆରଏସ୍ ନେଇଥିଲେ । ୧୯୮୭ ବ୍ୟାଚର ଆଇପିଏସ୍ ଅଧିକାରୀ ଗୁପ୍ତେଶ୍ୱର ପାଣ୍ଡେଙ୍କର କାର୍ଯ୍ୟକାଳ ସମାପ୍ତ ହେବାକୁ ଆହୁରି ୫ ମାସ ବାକି ରହିଥିଲା । ଗତ ୨୦୧୯ ମସିହା ୩୧ ତାରିଖରେ ତାଙ୍କୁ ସୁବେର ଡିଜିପି କରାଯାଇଥିଲା ।

ଅଧିକ ପଢନ୍ତୁ- କରୋନା ମହାମାରୀ ମଧ୍ୟରେ ୩ଟି ପର୍ଯ୍ୟାୟରେ ହେବ ବିହାର ନିର୍ବାଚନ

ତେବେ ଗୁପ୍ତେଶ୍ୱର ପାଣ୍ଡେଙ୍କ କାର୍ଯ୍ୟକାଳ ୨୦୨୧ ମସିହା ଫେବୃଆରୀ ୨୮ ତାରିଖରେ ସମାପ୍ତ ହୋଇଥାନ୍ତା ବୋଲି ସୁତ୍ରର ପ୍ରକାଶ ।

ଅଧିକ ପଢନ୍ତୁ- ପୂର୍ବତନ ପୋଲିସ ଡିଜିଙ୍କ ରବିନ୍ ହୁଡ ଅନ୍ଦାଜ ଭିଡିଓ ଭାଇରାଲ

 

Leave A Reply

Your email address will not be published.