Latest Odisha News

BREAKING NEWS

ଦୁଇ ଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି କୋବିନ୍ଦ, ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଦିନ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ତାଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ ସେ ଆଜି ଏକ ସ୍ୱତନ୍ତ୍ର ବିମାନରେ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରାୟ ସନ୍ଧ୍ୟା ୭ଟା ୩୦ମି. ବେଳକୁ ପହଞ୍ଚିବେ । ପରେ ରାଜଭବନରେ ରାତ୍ରୀ ଯାପନ କରିବେ ।

ଆସନ୍ତା ୮ ତାରିଖ ପୂର୍ବାହ୍ନରେ ରାଷ୍ଟ୍ରପତି କେବିନ୍ଦା ଖୋର୍ଦ୍ଧାର ବରୁଣେଇ ପୀଠକୁ ଗସ୍ତ କରିବା ସହ ସେଠାରେ ଆୟୋଜିତ ପାଇକ ମେମୋରିଆଲ୍ ଫାଉଣ୍ଡେସନର ସଭାରେ ଯୋଗଦେବେ । ପରବର୍ତ୍ତୀ ସମୟରେ ସେ ଉତ୍କଳ ୟୁନିଭର୍ସିଟିର ପ୍ଲାଟିନମ୍ ଜୁବଲି ସମାରୋହରେ ସାମିଲ ହେବା ନେଇ ସୂଚନା ମିଳିଛି ।

ପରବର୍ତ୍ତୀ ସମୟରେ ସନ୍ଧ୍ୟା ବେଳେ ରାଷ୍ଟ୍ରପତି କୋବିନ୍ଦ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.