Latest Odisha News

BREAKING NEWS

୯ ଦିନ ଯାଏଁ ବନ୍ଦ ରହିବ ‘ଭିତରକନିକା ଜାତୀୟ ଉଦ୍ୟାନ’, ଜାଣନ୍ତୁ କାହିଁକି

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାସ୍ଥିତ ‘ଭିତରକନିକା ଜାତୀୟ ଉଦ୍ୟାନ’ ପର୍ଯ୍ୟଟକମାନଙ୍କ ପାଇଁ ଆସନ୍ତା ଡିସେମ୍ବର ୨୬ ତାରିଖରୁ ଜାନୁଆରି ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ।

ଏହି ଦିନଗୁଡ଼ିକରେ ବଉଳା କୁମ୍ଭୀରମାନଙ୍କ ଗଣନା କରାଯିବା ନେଇ କାର୍ଯ୍ୟକ୍ରମ ରହିଛି ।

ଗଣମାଧ୍ୟମକୁ ସୂଚନା ଦେଇ ଡିଏଫଓ ବିକାଶ କୁମାର ଦାସ କହିଛନ୍ତି, ଶବ୍ଦ ପ୍ରଦଷଣକୁ ରୋକିବା ଓ କୁମ୍ଭୀର ଗଣନାକୁ ସୂଚାରୁ ରୂପେ ପରିଚାଳନା କରିବା ଲାଗି ଏହି ପାର୍କ କିଛି ଦିନ ପାଇଁ ବନ୍ଦ ରହିବ । ଭିତରକନିକାର ନଦୀ ବ୍ୟତିତ ବିଭିନ୍ନ ଯୋର, ପ୍ରବେଶ ପଥ, ଛୋଟ ନଦୀ ଗୁଡିକ ମଧ୍ୟ ଗଣନା ଅଭିଯାନରେ ସାମିଲ ହେବ ।

ଓଡିଶାର ବିଶିଷ୍ଟ ବଉଳାକୁମ୍ଭୀର ବିଷାରଦ ଡ. ସୁଧାକର କରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏକ ଟିମ ଏହି ଗଣନା କାର୍ଯ୍ୟରେ ସାମିଲ ହେବେ।

ଗତ ଜନଗଣନାରେ କୁମ୍ଭୀରଙ୍କ ମୋଟ୍ ସଂଖ୍ୟା ୧,୭୪୨ ରହିଥିଲା । ସେଥିମଧ୍ୟରେ ୬୧୯ଟି ହେଞ୍ଚଲିିଂ ମଧ୍ୟରୁ ୩୪୭ ୟାରଲିଂ , ୨୭୩ ଜୁଭେନାଇଲ, ୧୭୮ ସମବୟସ୍କ ଓ ୩୨୫ଟି ବୟସ୍କ କୁମ୍ଭୀରକୁ ଏହି ଗଣନା ବେଳେ ଠାବ କରାଯାଇଛି ।

ସେହିପରି ୨୦୧୭ ଜନଗଣନା ଅନୁଯାୟୀ ସମୁଦାୟ ୧,୬୮୨ କୁମ୍ଭୀର ଠାବ କରାଯାଇଥିଲା । ସେଥିମଧ୍ୟରେ ୬୦୮ଟି ହେଞ୍ଚଲିିଂ, ୩୩୪ ୟାରଲିଂ , ୨୬୬ କିଶୋର, ୧୭୨ ସମବୟସ୍କ ଓ ୩୦୨ଟି ବୟସ୍କ କୁମ୍ଭୀରକୁ ଠାବ କରାଯାଇଥିଲା ।

Leave A Reply

Your email address will not be published.