ନୂଆଦିଲ୍ଲୀ : ଆଜି ଗୁରୁ ନାନକ ଜୟନ୍ତୀ । ଦେଶବାସୀଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗୁରୁ ନାନକଙ୍କ ବାଣୀ ଜରିଆରେ ସମାଜରେ ଶାନ୍ତି, ସମାନତା ଓ ସମୃଦ୍ଧି ଆଣିହେବ ବୋଲି କହିଛନ୍ତି ରାଷ୍ଟ୍ରପତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗୁରୁ ନାନକଙ୍କ ୫୫୩ତମ ଜୟନ୍ତୀ ଉପଲକ୍ଷେ ଶିଖ୍ ସମ୍ପ୍ରଦାୟଙ୍କୁ ଶୁଭକାମନା ଜଣାଇଛନ୍ତି ।
गुरु नानक देव जी के जन्म दिवस के अवसर पर देश तथा विदेश में रह रहे सभी देशवासियों और विशेष रूप से सिख भाइयों और बहनों को मेरी हार्दिक शुभकामनाएं। pic.twitter.com/xmZ3vlRJ1u
— President of India (@rashtrapatibhvn) November 8, 2022
ଗୁରୁ ନାନକଙ୍କ ବାଣୀ ଥିଲା, ଏକ ଓଁକାର ଶବ୍ଦରେ ଈଶ୍ୱର ଏକ ଓ ସର୍ବବ୍ୟାପୀ । ଏହି ବାର୍ତ୍ତା ସମାଜରେ ପ୍ରେମ, ଏକତା ଓ ଭାଇଚାରାରେ ରହିବାର ପ୍ରେରଣା ଦିଏ । ଦେଶ ତଥା ଦେଶ ବାହାରେ ଥିବା ଶିଖ୍ ସମ୍ପ୍ରଦାୟଙ୍କୁ ସେ ଶୁଭକାମନା ଜଣାଇଛନ୍ତି ।
Inspired by Guru Nanak Dev Ji’s thoughts, the country is moving ahead with the spirit of welfare of 130 crore Indians. pic.twitter.com/5T00SsVP6v
— PMO India (@PMOIndia) November 7, 2022
Comments are closed.