ବ୍ରହ୍ମପୁର:କଲେଜ ପରିଚୟପତ୍ର ଜାଲିଆତି କରିଥିବା ଜଣେ ଛାତ୍ରଙ୍କୁ ତାଗିଦ କରିବାରୁ ଅଧ୍ୟକ୍ଷାଙ୍କ କାରକୁ ପଥର ମାଡ ହୋଇଛି। ବ୍ରହ୍ମପୁର ସ୍ଥିତ ବିନାୟକ ଆଚାର୍ଯ୍ୟ କଲେଜରେ ଏହି ଘଟଣା ଦେଖିବାକୁ ମିଳିଛି। ଘଟଣାକୁ ନେଇ କଲେଜ ଅଧ୍ୟକ୍ଷା ଡ. ପ୍ରମିଳା ଖାଡଙ୍ଗା ବଡ ବଜାର ଥାନାରେ ଏତଲା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ସୋମବାର କଲେଜର ବାଣିଜ୍ୟ ବିଭାଗ ଦ୍ବିତୀୟ ବର୍ଷର ଜଣେ ଛାତ୍ର ନିଜ ପରିଚୟପତ୍ର ଜାଲିଆତି କରିଥିବା ଜଣାପଡ଼ିଥିଲା। ଫଳରେ ଅଧ୍ୟକ୍ଷା ତାଙ୍କୁ ତାଗିଦ୍ କରିବା ସହ ନିଜ ଅଭିଭାବକଙ୍କୁ କଲେଜକୁ ଡ଼ାକିବାକୁ କହିଥିଲେ। ଏହାପରେ ଛାତ୍ର ଜଣଙ୍କ ସେଠାରୁ ଚାଲି ଯାଇଥିଲେ। ହେଲେ ଅପରାହ୍ନରେ ଅଧ୍ୟକ୍ଷା ନିଜ କାରରେ କଲେଜରୁ ବାହାରୁଥିବା ବେଳେ ଛାତ୍ର ଜଣକ ତାଙ୍କ କାରକୁ ଏକ ପଥର ଫିଙ୍ଗିଥିଲେ। ଏଥିରେ କାରର ପଛପଟ କ୍ଷତିଗ୍ରସ୍ତ ହୋଇଥିଲା। ଅଧ୍ୟକ୍ଷାଙ୍କ ଏତଲାକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
BREAKING NEWS
- ପାରା ଗୋଡ଼ରେ ପାକିସ୍ତାନୀ ନମ୍ବର: ତଦନ୍ତ ଆରମ୍ଭ
- TMC ସାଂସଦ ମହୁଆ ମୋଇତ୍ରଙ୍କ ବଢିବ ସୁରକ୍ଷା: ହାଇକୋର୍ଟ ଦେଲେ ନିର୍ଦ୍ଦେଶ
- ଘରେ ପଶି ଭାଉଜଙ୍କୁ ହାଣିଦେଲା ଦିଅର, ଅଭିଯୁକ୍ତ ଫେରାର
- ପୁରୁଣା ମାରୁତି କାର୍ ମାଲିକଙ୍କୁ ଆଶ୍ୱସ୍ତି: E20 ପେଟ୍ରୋଲ୍ ପାଇଁ ଉପଯୁକ୍ତ ୨୦୦୮ ପରର ସବୁ ମଡେଲ୍
- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିପରି ରହିବ ଭାରତର ଭବିଷ୍ୟତ? ସୁନା ବିନିଯୋଗକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶର ବିଶ୍ଳେଷଣ
- ବିବାହର ୫ ମାସ ପରେ ଅଲଗା ହେଲେ ରାପର୍ ବାଦଶାହ ଓ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖୀ
- ସରକାରୀ ଯୋଜନାର ତଦାରଖ ପାଇଁ ଜିଲ୍ଲା ଗସ୍ତ କରିବେ ସଚିବ: ଅକ୍ଟୋବର ସୁଦ୍ଧା ରିପୋର୍ଟ ଦେବାକୁ ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ
- ରାଜ୍ୟ ପୋଲିସ ବିଭାଗରେ ବଡ଼ ଧରଣର ପଦୋନ୍ନତି: ଏସ୍ପି ପାହ୍ୟାକୁ ଉନ୍ନୀତ ହେଲେ ୧୫ ଜଣ ଅତିରିକ୍ତ ଏସ୍ପି
- ଦୁଲୀପ ଟ୍ରଫି: ଫାଇନାଲରେ ଇଷ୍ଟ ଜୋନ, ଅଧିନାୟକ ଭାବେ ଈଶାନ ଏବେ ବି ଅପରାଜେୟ
- ସମୟର ରହସ୍ୟ: କାହିଁକି ଭାରତ ଓ ଚୀନ୍ରେ ଗୋଟିଏ ଟାଇମ୍ ଜୋନ୍ ଥିବାବେଳେ ଫ୍ରାନ୍ସରେ ଅଛି ଏକାଧିକ?

Comments are closed.