Latest Odisha News

BREAKING NEWS

ଗୁରୁ ନାନକ ଜୟନ୍ତୀ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପିଏମ୍

ନୂଆଦିଲ୍ଲୀ : ଆଜି ଗୁରୁ ନାନକ ଜୟନ୍ତୀ । ଦେଶବାସୀଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗୁରୁ ନାନକଙ୍କ ବାଣୀ ଜରିଆରେ ସମାଜରେ ଶାନ୍ତି, ସମାନତା ଓ ସମୃଦ୍ଧି ଆଣିହେବ ବୋଲି କହିଛନ୍ତି ରାଷ୍ଟ୍ରପତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ମଧ୍ୟ ଗୁରୁ ନାନକଙ୍କ ୫୫୩ତମ ଜୟନ୍ତୀ ଉପଲକ୍ଷେ ଶିଖ୍ ସମ୍ପ୍ରଦାୟଙ୍କୁ ଶୁଭକାମନା ଜଣାଇଛନ୍ତି ।

BjdElectrycity

ଗୁରୁ ନାନକଙ୍କ ବାଣୀ  ଥିଲା, ଏକ ଓଁକାର ଶବ୍ଦରେ ଈଶ୍ୱର ଏକ ଓ ସର୍ବବ୍ୟାପୀ । ଏହି ବାର୍ତ୍ତା ସମାଜରେ ପ୍ରେମ, ଏକତା ଓ ଭାଇଚାରାରେ ରହିବାର ପ୍ରେରଣା ଦିଏ । ଦେଶ ତଥା ଦେଶ ବାହାରେ ଥିବା ଶିଖ୍ ସମ୍ପ୍ରଦାୟଙ୍କୁ ସେ ଶୁଭକାମନା ଜଣାଇଛନ୍ତି ।

Leave A Reply

Your email address will not be published.