Latest Odisha News

BREAKING NEWS

ସିଆଚିନ୍ ବେସ୍ କ୍ୟାମ୍ପରେ ରାଷ୍ଟ୍ରପତି, ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ

ଲଦାଖ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ସିଆଚେନ୍ ବେସ୍ କ୍ୟାମ୍ପ ପରିଦର୍ଶନ କରିଛନ୍ତି। ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ନିୟୋଜିତ ଯବାନଙ୍କୁ ଭେଟିବା ସହ କହିଛନ୍ତି ଯେ ସମସ୍ତ ଦେଶବାସୀ ସେମାନଙ୍କ ସାହସିକତାକୁ ନମସ୍କାର କରୁଛନ୍ତି।

ସୈନିକମାନଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ ପ୍ରବଳ ବରଫପାତ ଏବଂ ମାଇନସ୍ ଡିଗ୍ରୀ ସେଲସିୟସରୁ କମ୍ ତାପମାତ୍ରାରେ ରହି ମାତୃଭୂମିର ସୁରକ୍ଷା ଦେଉଛନ୍ତି। ସେମାନେ ଧୈର୍ଯ୍ୟ ଏବଂ ବଳିଦାନର ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ରାଷ୍ଟ୍ରପତି ଆହୁରି ମଧ୍ଯ କହିଛନ୍ତି ଯେ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ଭାବରେ ସେ ଯବାନଙ୍କ ପାଇଁ ଗର୍ବିତ ଏବଂ ସମସ୍ତ ନାଗରିକ ସେମାନଙ୍କ ସାହସିକତାକୁ ନମସ୍କାର କରୁଛନ୍ତି।

ଭାରତୀୟ ସେନାବାହିନୀର ପୋଷାକ ପିନ୍ଧିଥିବା ରାଷ୍ଟ୍ରପତି ମୁର୍ମୁ ଏହି ଅବସରରେ ସିଆଚେନ ଯୁଦ୍ଧ ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

 

Leave A Reply

Your email address will not be published.