ଭୁବନେଶ୍ୱର: ଆସନ୍ତାମାସରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । MSCB ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି । ମେ’ ୯ରେ ଆୟୋଜିତ ହେବ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ୟୁନିଭର୍ସିଟିର ସମାବର୍ତ୍ତନ ଉତ୍ସବ । ଏହି ଉତ୍ସବରେ ଯୋଗ ଦେବା ପାଇଁ ବାରିପଦା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତନେଇ ୟୁନିଭର୍ସିଟି ଭିସିଙ୍କୁ ରାଷ୍ଟ୍ରପତିଙ୍କ ପ୍ରାଇଭେଟ ସେକ୍ରେଟାରୀଙ୍କ ପକ୍ଷରୁ ଚିଠି କରାଯାଇଛି ।
ସୂଚନାଥାଉ କି, ଏହା ପୂର୍ବରୁ ମହାମହିମ ରାଷ୍ଟ୍ରପତି ଫେବ୍ଢଆରୀ ୧୦ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ । ଏହି ଅବସରରେ ସେ ରମାଦବେୀ ମହିଳା ବିଶ୍ୱବିଦ୍ୟାଳୟର ୨ୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ । । ପରଦିନ କଟକ ସ୍ଥିତ ଧାନ ଗବେଷଣା ପ୍ରତିଷ୍ଠାନରେ ଇଣ୍ଡିଆନ ରାଇସ କଂଗ୍ରେସକୁ ଉଦଘାଟନ କରିଥିଲେ ।
Comments are closed.