Latest Odisha News

ଆରଟିଆଇରେ ତଥ୍ୟ ମାଗିଲେ ବିଡିଓ ଧମକ ଦେଉଥିବା ଅଭିଯୋଗ, ଥାନାରେ ଏତଲା

ଜଗତସିଂହପୁର: ବିବାଦରେ ଜଗତସିଂହପୁର ବିଡିଓ । ଆରଟିଆଇରେ ତଥ୍ୟ ମାଗିବାରୁ ବିଡିଓ ଧମକ ଦେଉଥିବା ଅଭିଯୋଗ ହୋଇଛି । ବିଡିଓ ଜାତିଆଣ ଆକ୍ଷେପ କରିବା ଏବଂ ଅଶାଳୀନ ବ୍ୟବହାର କରିଥିବା ନେଇ ପୋଲିସ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ସୂଚନା ଅଧିକାର କର୍ମୀ । ସଦର ଥାନା ଟିଟିଗାଁର ଦେବେନ୍ଦ୍ର ଦାସ ଆରଟିଆଇରେ ଏକ ତଥ୍ୟ ମାଗିଥିଲେ ।

ଦୀର୍ଘ ଦିନ ପରେ ତଥ୍ୟ ନ ମିଳିବାରୁ ପ୍ରଥମ ଅପିଲେଟ୍ ଅଥରିଟିଙ୍କ ଚିଠି ଅନୁସାରେ ଦେବେନ୍ଦ୍ର ଓ ତାଙ୍କ ଓକିଲ ବିଡିଓଙ୍କୁ ଦେଖା କରିବାକୁ ଯାଇଥିବା ବେଳେ ସେଠାରେ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅଧିକାର କର୍ମୀ ଓ ବିଡିଓଙ୍କ ମଧ୍ୟରେ ଯୁକ୍ତିତର୍କର ଅଡିଓ ଭାଇରାଲ୍ ହୋଇଥିବା ବେଳେ ଦୁର୍ବ୍ୟବହାର ଓ ଆକ୍ଷେପ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଡିଓ । ଆରଟିଆଇରେ ମଗା ଯାଇଥିବା ତଥ୍ୟ ପ୍ରଦାନ କରାଯାଇଥିବା ବିଡିଓ କହିଛନ୍ତି ।

ତେବେ ସୂଚନା ଅଧିକାରୀ କର୍ମୀ ଓ ବିଡିଓ ପରସ୍ପର ବିରୋଧରେ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ଆଣିଥିବା ବେଳେ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି ଯାଞ୍ଚ ପାଇଁ ଦାବି ହେଉଛି । ନିକଟରେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଜଣେ କନିଷ୍ଠ କିରାଣିଙ୍କୁ ଚାମ୍ବରରେ ଉଠବସ୍ କରାଇଥିବା ବେଳେ ଏବେ ବିଡିଓ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି ।

Leave A Reply

Your email address will not be published.