Latest Odisha News

BREAKING NEWS

ସୁଖୋଇ ଯୁଦ୍ଧ ବିମାନରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ତେଜପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଆସାମର ତେଜପୁର ଏୟାର ଫୋର୍ସ ଷ୍ଟେସନରୁ ଯୁଦ୍ଧ ବିମାନ ସୁଖୋଇରେ ଉଡ଼ାଣ ଭରିଛନ୍ତି । ରାଷ୍ଟ୍ରପତି ହେଉଛନ୍ତି ଭାରତର ତିନି ସେନାର ସୁପ୍ରିମ କମାଣ୍ଡର । ପ୍ରାୟ ୩୦ ମିନିଟ୍ ଧରି ରାଷ୍ଟ୍ରପତି ବ୍ରହ୍ମପୁତ୍ରରୁ ତେଜପୁର ପାହାଡ଼ ଉପରେ ଉଡ଼ିବା ସହ ହିମାଳୟର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲେ ।

ସୁଖୋଇ ୩୦ ଏମକେଆଇ ବିମାନକୁ ଉଡ଼ାଇଥିଲେ ୧୦୬ ସ୍କ୍ୱାର୍ଡନର କମାଣ୍ଡିଂ ଅଫିସର୍ ଗ୍ରୁପ୍ କ୍ୟାପଟେନ୍ ନବୀନ କୁମାର । ସମୁଦ୍ର ପତ୍ତନ ଠାରୁ ୨ କିଲୋମିଟ ର ଉପରେ ଘଣ୍ଟାପ୍ରତି ୮୦୦ କିଲୋମିଟର ବେଗରେ ସୁଖୋଇ ବିମାନ ଉଡ଼ିଥିଲା । ଦେଶର ତୃତୀୟ ରାଷ୍ଟ୍ରପତି ଭାବେ ସୁଖୋଇ ବିମାନରେ ଉଡ଼ିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ସୁଖୋଇ ବିମାନରେ ଉଡ଼ାଣ ପରେ ରାଷ୍ଟ୍ରପତି ଖୁସିବ୍ୟକ୍ତ କରିଥିଲେ । କହିଥିଲେ, ଭାରତୀୟ ସେନାକୁ ନେଇ ଗର୍ବ କରିବା ଆବଶ୍ୟକ । ଏହି ଅବସରରେ ବାୟୁସେନାରେ ଥିବା ବିମାନର କ୍ଷମତା ନେଇ ରାଷ୍ଟ୍ରପତିଙ୍କୁ ଅବଗତ କରାଯାଇଥିଲା । ଯାହାକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ ରାଷ୍ଟ୍ରପତି ।

Leave A Reply

Your email address will not be published.