Latest Odisha News

ଖ୍ରୀଷ୍ଟମାସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ଖ୍ରୀଷ୍ଟମାସ ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କୋବିନ୍ଦ ଆଶା କରିଛନ୍ତି ଯେ ଏହି ପର୍ବ ସମାଜରେ ସମନ୍ୱୟ ରକ୍ଷା କରିବାରେ ସହାୟକ ହେବ। ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜୀବନ ଏବଂ ଶିକ୍ଷାକୁ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ଶକ୍ତି ପ୍ରଦାନ କରିବାରେ ସାହାଯ୍ୟ କରୁଛି। ଏହା ସହିତ ସମସ୍ତଙ୍କୁ ଖୁସି ଏବଂ ସୁସ୍ଥ ରହିବାକୁ କାମନା କରିଥିଲେ।

ରାଷ୍ଟ୍ରପତି ଏହି ବାର୍ତ୍ତା ଦେଇ କହିଛନ୍ତି ଯେ ଖ୍ରୀଷ୍ଟମାସ ଅବସରରେ ଦେଶର ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଏହି ପର୍ବ ସମାଜରେ ସମନ୍ୱୟ ରକ୍ଷା କରିବାରେ ସହାୟକ ହେବ ବୋଲି ଆଶା କରିଥିଲେ। ଏହା ସହିତ ରାଷ୍ଟ୍ରପତି ଲୋକମାନଙ୍କୁ ପ୍ରେମ ଏବଂ କରୁଣା ସହିତ ଯୀଶୁ ଖ୍ରୀଷ୍ଟଙ୍କ ଶିକ୍ଷା ଅନୁସରଣ କରିବାକୁ ଏବଂ ସମାଜ ତଥା ଦେଶର କଲ୍ୟାଣ ପାଇଁ ନିଜକୁ ସମର୍ପଣ କରିବାକୁ କହିଛନ୍ତି।

ଏଥି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଟ୍ୱିଟ କରି କହିଛନ୍ତି, ‘ମେରୀ ଖ୍ରୀଷ୍ଟମାସ! ପ୍ରଭୁ ଯୀଶୁଙ୍କ ଜୀବନ ଏବଂ ନୀତି ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ଶକ୍ତି ପ୍ରଦାନ କରେ। ତାଙ୍କ ପଥ ଏକ ନ୍ୟାୟପୂର୍ଣ୍ଣ ଏବଂ ଅନ୍ତର୍ଭୂକ୍ତ ସମାଜ ଗଠନ ପାଇଁ ମାର୍ଗ ଦେଖାଇବା ଉଚିତ୍। ସମସ୍ତ ଲୋକ ଖୁସି ଏବଂ ସୁସ୍ଥ ରୁହନ୍ତୁ। ‘

Comments are closed.