Latest Odisha News

BREAKING NEWS

ନୀଳକନ୍ଦରରେ ନୀଳମଣିଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

ପୁରୀ: ଓଡ଼ିଶାର ଗସ୍ତରେ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ତାଙ୍କ ସହ ପତ୍ନି ସବିତା କୋବିନ୍ଦ ବି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । କଡ଼ା ସୁରକ୍ଷା ଭିତରେ ଆଜି ସକାଳୁ ପୁରୀରେ ପହଞ୍ଚିଥିଲେ ରାଷ୍ଟ୍ରପତି । ତାଙ୍କୁ ସିଂହଦ୍ୱାର ନିକଟରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ସ୍ୱାଗତ କରିଥିଲେ ।

ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଲୋକଙ୍କୁ ଦେଖି ହାତ ହଲାଇବା ସହ ମୁଣ୍ଡ ନୁଆଁଇ ପ୍ରଣାମ ଜଣାଇଥିଲେ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ । ପରେ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ କୌଳିକ ପଣ୍ଡା ଶ୍ରୀମନ୍ଦିର ଭିତରକୁ ପାଇଶି ପାହାଚ ଦେଇ ରାଷ୍ଟ୍ରପତିଙ୍କୁ ପୋଛିଟି ନେଇଥିଲେ । ଶ୍ରୀମନ୍ଦିର ଭିତରେ ପାଖିପାଖି ୪୦ ମିନିଟ ରହିବେ ରାଷ୍ଟ୍ରପତି । ବିଭିନ୍ନ ପାର୍ଶ୍ୱ ଦେବାଦେବୀଙ୍କୁ ମଧ୍ୟ ଦର୍ଶନ କରିବେ ।

ରାଷ୍ଟ୍ରପତିଙ୍କ ପାଇଁ ଶ୍ରୀମନ୍ଦିରରେ ବର୍ତ୍ତମାନ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ । ମନ୍ଦିର ଭିତରେ ଓ ବାହାରେ ସୁରକ୍ଷା କଡ଼ାକଡ଼ି । ବଡ଼ଦାଣ୍ଡରେ କଟକଣା ଜାରି ହୋଇଛି । ଶ୍ରୀମନ୍ଦିର ଦର୍ଶନ ସାରି କୋଣାର୍କ ଅଭିମୁଖେ ଯିବେ ରାଷ୍ଟ୍ରପତି ।

Leave A Reply

Your email address will not be published.