କଟକ: ଯୋଡ଼ାମୁଣ୍ଡ ଅଲଗା ହେବା ପରେ ଦିଲ୍ଲୀ ଏମସରୁ ଆସି କଟକ ଏସସିବିରେ ଚିକିତ୍ସିତ ହେଉଥିବା କନ୍ଧମାଳର ଶିଶୁ ଜଗା ଏଠାରୁ ଡିସଚାର୍ଜ ହେବ । କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାର ଚିକିତ୍ସା କରାଯିବ । ଏଥିପାଇଁ କନ୍ଧମାଳରୁ ଏକ ଦୁଇ ଜଣିଆ ଡାକ୍ତରୀ ଟିମ୍ ଆଜି ଏସସିବି ଆସୁଛନ୍ତି । ଏସସିବିରେ ଜଗାର ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସହ ସେମାନେ ବିଚାରବିମର୍ଶ କରିବେ । ଚିକିତ୍ସା ବାବଦରେ ସବିଶେଷ ଆଲୋଚନା ପରେ ଜଗାକୁ ଫୁଲବାଣୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ ।
ଫାଇଲ୍ ଫଟୋ
ଗତ ଦୁଇ ବର୍ଷ ହେବା କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛି ଜଗା । କନ୍ଧମାଳ ଜିଲ୍ଲା ମିଲୁପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆଙ୍କର ଗତ ୨୦୧୭ ମସିହାରେ ଦିଲ୍ଲୀ ଏମସରେ ବିରଳ ଅସ୍ତ୍ରୋପଚାର କରାଯାଇଥିଲା । ଅଲଗା ହୋଇଥିଲେ ଯୋଡ଼ା ମୁଣ୍ଡ ଶିଶୁ । ୨୦୧୯ ସେପ୍ଟେମ୍ବରରେ ଦୁଇ ଶିଶୁଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଗତବର୍ଷ ଚିକତିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲା କାଳିଆ । କିନ୍ତୁ ଜଗାର ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଛି ।
BREAKING NEWS
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଅକ୍ଟୋବରରେ ୨୩ରେ ‘ପିପୁଲ୍ ଏଗେନଷ୍ଟ SIR’ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Comments are closed.