କଟକ: ଯୋଡ଼ାମୁଣ୍ଡ ଅଲଗା ହେବା ପରେ ଦିଲ୍ଲୀ ଏମସରୁ ଆସି କଟକ ଏସସିବିରେ ଚିକିତ୍ସିତ ହେଉଥିବା କନ୍ଧମାଳର ଶିଶୁ ଜଗା ଏଠାରୁ ଡିସଚାର୍ଜ ହେବ । କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାର ଚିକିତ୍ସା କରାଯିବ । ଏଥିପାଇଁ କନ୍ଧମାଳରୁ ଏକ ଦୁଇ ଜଣିଆ ଡାକ୍ତରୀ ଟିମ୍ ଆଜି ଏସସିବି ଆସୁଛନ୍ତି । ଏସସିବିରେ ଜଗାର ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସହ ସେମାନେ ବିଚାରବିମର୍ଶ କରିବେ । ଚିକିତ୍ସା ବାବଦରେ ସବିଶେଷ ଆଲୋଚନା ପରେ ଜଗାକୁ ଫୁଲବାଣୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ ।
ଫାଇଲ୍ ଫଟୋ
ଗତ ଦୁଇ ବର୍ଷ ହେବା କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛି ଜଗା । କନ୍ଧମାଳ ଜିଲ୍ଲା ମିଲୁପଡ଼ାର ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆଙ୍କର ଗତ ୨୦୧୭ ମସିହାରେ ଦିଲ୍ଲୀ ଏମସରେ ବିରଳ ଅସ୍ତ୍ରୋପଚାର କରାଯାଇଥିଲା । ଅଲଗା ହୋଇଥିଲେ ଯୋଡ଼ା ମୁଣ୍ଡ ଶିଶୁ । ୨୦୧୯ ସେପ୍ଟେମ୍ବରରେ ଦୁଇ ଶିଶୁଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଗତବର୍ଷ ଚିକତିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲା କାଳିଆ । କିନ୍ତୁ ଜଗାର ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଛି ।
BREAKING NEWS
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ
- ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା
- ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- HALରେ ୨ୟ ‘ଶକ୍ତି ଇଞ୍ଜିନ୍ ମାନୁଫାକ୍ଚରିଙ୍ଗ୍ ଲାଇନ୍’ର ଉଦ୍ଘାଟନ କଲେ ରାଜନାଥ ସିଂହ
- ପାକିସ୍ତାନ ଗୁପ୍ତଚର ମାମଲାରେ ଆନ୍ଧ୍ର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ: ୧୩ ନୌସେନା କର୍ମଚାରୀଙ୍କ ସମେତ ୧୮ ଜଣ ସନ୍ଦିଗ୍ଧ ଓ ୨ ଗିରଫ
- କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ସମ୍ବଲପୁରରେ ୪ ଅଣ୍ଡରପାସ୍ ସହ ଫ୍ଲାଇଓଭର ଦାବି
- ଦୁର୍ଗା ପୂଜା ପୂର୍ବରୁ କୁଖ୍ୟାତ ଅପରାଧୀ ଘର ଉପରେ ବୁଲିଲା ବୁଲ୍ଡୋଜର
- ରାହୁଲ ଗାନ୍ଧୀଙ୍କୁ ରିଲଞ୍ଚ କରିବା ପାଇଁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବିରୋଧୀ, ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ସମ୍ବିତ
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା

Comments are closed.