Latest Odisha News

BREAKING NEWS

ନିର୍ଭୟା ଗଣଦୁଷ୍କର୍ମ ମାମଲା: ବିନୟର ରାଜକ୍ଷମା ଖାରଜ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ବିନୟର ରାଜକ୍ଷମା ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ପ୍ରାପ୍ତ ସୂଚନାନୁଯାୟୀ ସୁପ୍ରିମକୋର୍ଟରୁ ଫାଶୀଦଣ୍ଡ ମିଳିବା ପରେ ସେ ରାଜକ୍ଷମା ଲାଗି ଗତ ବୁଧବାର ଦିନ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଥିଲା । ଯାହାକୁ ଶନିବାର ଦିନ ଖାରଜ କରିଛନ୍ତି ରାଷ୍ଟ୍ରପତି ।

ସୂଚନାଯୋଗ୍ୟ, ନିକଟ ଅତୀତରେ ଅଭିଯୁକ୍ତ ଅକ୍ଷୟ ଓ ବିନୟର କ୍ୟୁରେଟିଭ ପିଟିସନକୁ ମଧ୍ୟ ଖାରଜ କରାଯାଇଥିଲା ।

୨୦୧୨ରେ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ୪ ଦୋଷୀ ଶନିବାର ଦିନ ସକାଳ ୬ଟା ବେଳେ ଫାଶୀ ଖୁଣ୍ଟରେ ଝୁଲିଥାନ୍ତେ । ତେବେ ଏହି ରାଜକ୍ଷମା ଆବେଦନ ଯୋଗୁଁ ଏଥିରେ ବିଳମ୍ବ ଘଟିଛି ।

ଖୁବଶୀଘ୍ର ସେମାନଙ୍କୁ ଫାଶୀ ମିଳିବ । ନିୟମାନୁଯାୟୀ ରାଜକ୍ଷମା ଆବେଦନ ତଥା ଅଗ୍ରାହ୍ୟ ମଧ୍ୟରେ ଜଣେ ଦୋଷୀଙ୍କୁ ପାଖାପାଖି ୧୪ ଦିନ ସମୟ ପ୍ରଦାନ କରାଯାଇଥାଏ।

Leave A Reply

Your email address will not be published.