Latest Odisha News

ବଜେଟ୍ ୨୦୨୦: ଜେଟ୍‌ଲୀଙ୍କୁ ମନେପକାଇଲେ ସୀତାରମଣ

ନୂଆଦିଲ୍ଲୀ: ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ୨.୦ର ଦ୍ୱିତୀୟ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି । ତେବେ ବଜେଟ ଅଭିଭାଷଣ ଆରମ୍ଭରୁ ସୀତାରମଣ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦି ସରକାରଙ୍କୁ ବହୁମତ ମିଳିଛି ବୋଲି କହିଛନ୍ତି । ଲୋକେ ଆମ ସରକାରଙ୍କ ଉପରେ ଭରସା ଦେଖାଇଛନ୍ତି । ଏହି ବଜେଟ ଲୋକଙ୍କ ଆକାଂକ୍ଷାର ବଜେଟ୍ । ଏଥିସହ ପର୍ବୂତନ ଅର୍ଥମନ୍ତ୍ରୀ ସ୍ୱର୍ଗତ ଅରୁଣ ଜେଟ୍‌ଲୀଙ୍କୁ ମଧ୍ୟ ମନେ ପକାଇଛନ୍ତି ନୀର୍ମଳା ।

ସେ କହିଛନ୍ତି ଯେ, ଜିଏସ୍‌ଟି କରିଥିବା ଲୋକ ଆଜି ଆମ ଗହଣରେ ନାହାନ୍ତି । ଏହି ଅବସରରେ ସେ ଅରୁଣ ଜେଟ୍‌ଲୀଙ୍କୁ ଶ୍ରାଦ୍ଧାଞ୍ଜଳି ଦେଇଛନ୍ତି । ଦେଶର ଲୋକମାନଙ୍କ ସେବା ପାଇଁ ଆମ ସରକାର ଏକ ଦେଶ ଏକ ଟ୍ୟାକ୍ସ ବ୍ୟବସ୍ଥା ଲାଗୁ କରିଥିଲେ । ଜିଏସ୍‌ଟି ସଂଗ୍ରହ ଲଗାତାର ଭାବରେ ବଢ଼ୁଛି । ଏହା ଏବେ ଏକ ଲକ୍ଷ କୋଟି ପାର୍ କରିସାରିଲାଣି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଜିଏସ୍‌ଟି କାଉଂସିଲ ଲୋକଙ୍କ ସମସ୍ୟା ବିଷୟରେ ଶୁଣୁଛି । ଏବେ ଲୋକଙ୍କ ଆକାଉଂଟକୁ ସିଧାସଳଖ ଭାବେ ଅର୍ଥ ପହଂଚୁଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.