ଲକ୍ଷ୍ନୌ : ତିନି ଦିନିଆ ବାରଣଶସୀ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସପରିବାର ସହିତ ବାରଣାସୀରେ ପହଞ୍ଚିବା ରାଷ୍ଟ୍ରପତି କାଶୀ ବିଶ୍ବନାଥ ମନ୍ଦିର ଦର୍ଶନ କରିଛନ୍ତି । ବାବା ବିଶ୍ବନାଥଙ୍କୁ ପୂଜାର୍ଚ୍ଚନା କରିବା ନିର୍ମାଣାଧୀନ ବିଶ୍ବନାଥ କରିଡର ଯାଞ୍ଚ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ଏହି କାଶୀ ଗସ୍ତବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ ।
କାଶୀ ବିଶ୍ବନାଥଙ୍କୁ ଦର୍ଶନ କରିବା ପରେ ରାଷ୍ଟ୍ରପତି ଦଶାସ୍ବମେଧ ଘାଟରେ ପହଞ୍ଚି ଗଙ୍ଗା ଗଙ୍ଗା ଆଳତୀର ଦର୍ଶନ କରିଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଉତ୍ତରପ୍ରଦେଶ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାଷ୍ଟ୍ରପତିଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ବାରଣାସୀରେ ବିମାନ ବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦି ବେନ୍ ପଟେଲ୍ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
Comments are closed.