Latest Odisha News

ଆଜିଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ଶନିବାର ସନ୍ଧ୍ୟା ପ୍ରାୟ ୬ଟା ୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତି ପହଞ୍ଚିବେ । ସେଠାରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ପରେ ସିଧା ରାଜଭବନ ଆସିବେ ରାଷ୍ଟ୍ରପତି । ସେଠାରେ ରାଷ୍ଟ୍ରପତି ରାତ୍ରୀଯାପନ କରିବେ ।

ଆସନ୍ତାକାଲି ରବିବାର ୨୧ ତାରିଖରେ ରାଷ୍ଟ୍ରପତି ରାଉରକେଲା ଯାଇ ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସକାଳ ୯ଟାରେ ରାଷ୍ଟ୍ରପତି ରାଜଭବନରୁ ବାହାରି ବିମାନବନ୍ଦର ଯିବେ ସେଠାରୁ ଝାରସୁଗୁଡ଼ା ଯାଇ ରାଉରକେଲାରେ ୧୦ଟା ୪୫ରେ ପହଞ୍ଚିବେ ରାଷ୍ଟ୍ରପତି । ଦିନ ୧୧ଟାରୁ ୧୨ଟା ଯାଏ ଏନଆଇଟିର ୧୮ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଉପସ୍ଥିତ ରହିବେ ।

ତା’ପରେ ବିଶ୍ରାମ ପରେ ୩ଟା ୪୦ରେ ଆରଏସପି ଅଭିମୁଖେ ଯାଇ ଅପରାହ୍ଣ ୩ଟା ୪୫ରୁ ୪ଟା ୩୦ ମଧ୍ୟରେ ଆରଏସପିର ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ଉଦଘାଟନ କରିବେ । ଏହା ପରେ ରାଷ୍ଟ୍ରପତି ଭୁବନେଶ୍ୱର ଫେରି ଆସି ରାଜଭବନରେ ରାତ୍ରୀଯାପନ କରିବେ । ସୋମବାର ରାଷ୍ଟ୍ରପତି ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିର ଓ କୋଣାର୍କ ପରିଦର୍ଶନ କରିବେ । ତା’ପରେ ଭୁବନେଶ୍ୱର ଆସି ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀ ସହ ସୁନ୍ଦରଗଡ଼ ଓ ପୁରୀ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାଷ୍ଟ୍ରପତିଙ୍କ ସହ ମିଶିବାକୁ ଥିବା ସମସ୍ତଙ୍କ ଆରଟି-ପିସିଆର୍ କୋଭିଡ୍ ଟେଷ୍ଟ ମଧ୍ୟ କରାଯାଇଛି ।

Leave A Reply

Your email address will not be published.