ନୂଆଦିଲ୍ଲୀ: ଶେଷରେ ବନ୍ଦ ହେଲା ସବୁ ବାଟ । ଖାରଜ ହେଲା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାର ରାଜକ୍ଷମା ଆବେଦନକୁ ଖାରଜ କରି ଦେଇଛନ୍ତି । ସୋମବାର ଅପରାହ୍ନରେ ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି ।
ଆଜି ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ଦୋଷୀ ପବନ ଗୁପ୍ତା ରାଜକ୍ଷମା ଲାଗି ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଥିଲା । ସୁପ୍ରିମକୋର୍ଟଙ୍କ ୫ଜଣିଆ ଖଣ୍ଡପୀଠ ପବନର କ୍ୟୁରେଟିଭ ପିଟିସନ ଖାରଜ କରିଥିଲେ ।
ସେପଟେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ମଧ୍ୟ ଫାଶୀ ତାରିଖ ଘୁଂଚାଇବାକୁ ମନା କରିଦେଇଛନ୍ତି । ଆସନ୍ତାକାଲି ଏହି ଘଟଣାରେ ୪ ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ଧାର୍ଯ୍ୟ ହୋଇଥିବା ତାରିଖରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି କୋର୍ଟ । ଫାଶୀ ତାରିଖ ଘୁଂଚାଇବା ପାଇଁ ଦୋଷୀମାନେ ଆବେଦନ କରିଥିଲେ । ତେବେ ଏହାକୁ କୋର୍ଟ ଆଗ୍ରାହ୍ୟ କରିଛନ୍ତି ।
ତେବେ ଆସନ୍ତାକାଲି ସକାଳ ୬ଟାରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇବା ଏକ ପ୍ରକାରର ସୁନିଶ୍ଚିତ ହୋଇଥିବା ଜଣାପଡିଛି ।
BREAKING NEWS
- Next Bihar CM: କେନ୍ଦ୍ର ରାଜନୀତିରେ ନୀତିଶ କୁମାରଙ୍କ ରିଏଣ୍ଟ୍ରି! କିଏ ସମ୍ଭାଳିବେ ବିହାର କମାଣ୍ଡ?
- Ram Charan Barefoot: କାହିଁକି ରଶ୍ମିକା-ବିଜୟଙ୍କ ରିସେପ୍ସନରେ ଖାଲି ପାଦରେ ପହଞ୍ଚିଥିଲେ ରାମ ଚରଣ?
- Indian Ports Used By US Navy: କ’ଣ ଇରାନ ଉପରେ ଆକ୍ରମଣ ପାଇଁ ଆମେରିକାକୁ ନିଜ ଘାଟି ଦେଇଛି ଭାରତ? ସାମ୍ନାକୁ ଆସିଲା ସତ…
- ପାଟନା ଛାଡ଼ି ଦିଲ୍ଲୀ ଯିବେ ନୀତିଶ କୁମାର, ସରଗରମ ରାଜନୀତି
- ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଟ୍ୱିନ ସିଟିରେ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
- ଇରାନ ଉପରେ ଜାରି ରହିବ ଆକ୍ରମଣ, IDF ସାଧାରଣ ନାଗରିକଙ୍କୁ ରିଜର୍ଭ ବେସରେ ରହିବାକୁ ନିର୍ଦ୍ଦେଶ
- ନେପାଳରେ ଆଜି ସାଧାରଣ ନିର୍ବାଚନ ପାଇଁ ଭୋଟ୍, କେବଳ ୬୦% ସାଂସଦ ସିଧାସଳଖ ହେବେ ନିର୍ବାଚିତ
- ରାଜ୍ୟସଭା ଆସନ ପାଇଁ ନାମାଙ୍କନର ଶେଷ ଦିନ, ମାର୍ଚ୍ଚ ୧୬ରେ ଭୋଟ୍
- ହୋଲିରେ ଅଘଟଣ; ଗୀତ ଗାଉ ଗାଉ ଟଳି ପଡିଲେ ଯୁବକ
- ଡକାୟତି ପାଇଁ କରୁଥିଲେ ଯୋଜନା…୬ଜଣଙ୍କୁ ବାନ୍ଧିଲା ପୋଲିସ
Comments are closed.