Latest Odisha News

BREAKING NEWS

ପରିବେଶ ସୁରକ୍ଷା ପ୍ରତି ସଚେତନ ହେଲେ ଭାରତ ଅନ୍ୟ ଦେଶ ପାଇଁ ଉଦାହରଣ ପାଲଟିବ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ବିଜ୍ଞାନ ଭବନରେ ପରିବେଶ ସମ୍ପର୍କିତ ଏକ ଜାତୀୟ ସମ୍ମିଳନୀରେ ପରିବେଶ ସୁରକ୍ଷା ପ୍ରତି ସଚେତନ ହେବା ସହ ନିଜ ଜୀବନଶୈଳୀରେ ଆବଶ୍ୟକ ପରିବର୍ତ୍ତନ ଆଣିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ମୁର୍ମୁ ପରିବେଶ ସୁରକ୍ଷା ଉପରେ ଗୁରୁତ୍ବାରୋପ କରିଥିଲେ।

ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ, ବିଶ୍ବ ତାପାୟନ ପରି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଜାରି ରହିଥିବା ବେଳେ ଜନଜାତି ସମ୍ପ୍ରଦାୟଙ୍କ ଜୀବନଶୈଳୀ ଏ କ୍ଷେତ୍ରରେ ମାର୍ଗଦର୍ଶିକା ପାଲଟି ପାରିବ ବୋଲି ସେ କହିଥିଲେ । ଏହା ସହ ପରିବେଶ ସୁରକ୍ଷା ପ୍ରତି ସଚେତନ ହେବା ସହ ଏଥିପାଇଁ ଉଦ୍ୟମ କରିବାକୁ ରାଷ୍ଟ୍ରପତି ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ।

ଏହା ସହ ପରିବେଶ ସୁରକ୍ଷା ଭାରତୀୟ ସଂସ୍କୃତିର ଅଂଶବିଶେଷ ବୋଲି ରାଷ୍ଟ୍ରପତି କହିଥିଲେ । ଦେଶର ବିଭିନ୍ନ ଅଞ୍ଚଳରେ ରହୁଥିବା ଜନଜାତି ସମ୍ପ୍ରଦାୟ ପରିବେଶ ସହ ତାଳମେଳ ରଖି ଚଳି ଆସୁଛନ୍ତି । ସେମାନେ ପରିବେଶ, ବୃକ୍ଷଲତା ଓ ପଶୁଙ୍କ ସୁରକ୍ଷା ପାଇଁ ବେଶ୍‌ ଯତ୍ନବାନ । ସେମାନଙ୍କ ଜୀବନଶୈଳୀରୁ ଅନ୍ୟମାନେ ଶିକ୍ଷା ଲାଭ କରବା ଉଚିତ୍‌ ବୋଲି ରାଷ୍ଟ୍ରପତି ମୁର୍ମୁ ପରାମର୍ଶ ଦେଇଥିଲେ।

ପରିବେଶ ସୁରକ୍ଷା କ୍ଷେତ୍ରରେ ଭାରତ ଅନେକ ଉଲ୍ଲେଖନୀୟ ପଦକ୍ଷେପ ନେଇଛି । ଦେଶବାସୀଙ୍କ ସହଯୋଗରେ ଏହାକୁ ଅଧିକ ବ୍ୟାପକ କରାଯାଇ ପାରିବ । ଏହାଦ୍ବାରା ଭାରତର ସ୍ବଚ୍ଛ ଜଳ, ବାୟୁ ଓ ସବୁଜିମା ଅନ୍ୟ ଦେଶ ପାଇଁ ଉଦାହରଣ ପାଲଟିବ ବୋଲି ରାଷ୍ଟ୍ରପତି କହିଥିଲେ ।

 

Comments are closed.