Latest Odisha News

BREAKING NEWS

ପେପର ଲିକ୍ ଘଟଣାରେ ଦୋଷୀ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ଗୁରୁବାର ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏନଇଇଟି ପେପର ଲିକ୍ ଘଟଣା କଥା ଉଲ୍ଲେଖ କରିଛନ୍ତି। ନିଜ ଉଦବୋଧନ ଜରିଆରେ ସରକାରଙ୍କ ଆଭିମୁଖ୍ୟ ଦୋହରାଇଛନ୍ତି ମହାମହିମ । ଏହି ଘଟଣାରେ ସମ୍ପୃକ୍ତ କୌଣସି ଅପରାଧୀଙ୍କୁ ଛଡ଼ାଯିବ ନାହିଁ ଏବଂ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଅଭିଭାଷଣରେ କହିଛନ୍ତି, ପ୍ରଶ୍ନପତ୍ର ଲିକ୍ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପୂର୍ବ ସରକାରମାନଙ୍କ ଅମଳରେ ମଧ୍ୟ ପେପର ଲିକ୍ ଘଟଣା ଘଟିଛି ଏବଂ ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ ଏକ ନୀତିର ଆବଶ୍ୟକତା ରହିଛି।

ସୂଚନାଯୋଗ୍ୟ, ନିଟ୍-ୟୁଜି ୨୦୨୪ ଓ ୟୁଜିସି ନେଟ୍ ପରୀକ୍ଷାରେ ଅନିୟମିତତା ପଦାକୁ ଆସିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଭଳି ବୟାନ ଦେଇଛନ୍ତି। ୟୁଜିସି-ନେଟ୍ ପରୀକ୍ଷା ଅନୁଷ୍ଠିତ ହେବାର ଗୋଟିଏ ଦିନ ପରେ ଏହାର ସତ୍ୟତାକୁ ନେଇ କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିଥିବା ବେଳେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଜୁନ୍ ୨୩ ତାରିଖରେ ୧୫୬୩ରୁ ଅଧିକ ପରୀକ୍ଷାର୍ଥୀଙ୍କ ପାଇଁ ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ, ସ୍ନାତକୋତ୍ତର (ନିଟ୍ ୟୁଜି) ୨୦୨୪ ପରୀକ୍ଷା ପୁନଃ କରିଛି।

Leave A Reply

Your email address will not be published.