Latest Odisha News

BREAKING NEWS

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଆଜି ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତର ଦ୍ଵିତୀୟ ଦିନ । ଆଜି ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସକାଳ ୯ଟାରେ ରାଷ୍ଟ୍ରପତି ପ୍ରଥମେ ଲିଙ୍ଗରାଜ ମନ୍ଦିରକୁ ଯିବା କାର୍ଯ୍ୟକ୍ରମ ରହିଛି । ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ପୂଜାର୍ଚ୍ଚନା, ଜଳାଭିଷେକ କରିବେ ।

ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରିୟ କୋଠ ଭୋଗ, ମୁଆଁ ଓ କୋରାଖଇ ରାଷ୍ଟ୍ରପତିଙ୍କୁ ଭେଟି ଦେବେ ସେବାୟତ । ମନ୍ଦିରରେ ରାଷ୍ଟ୍ରପତି ପ୍ରାୟ ୪୫ ମିନିଟ ରହିବେ । ଦର୍ଶନ ପରେ ୯ଟା ୫୫ ମିନିଟରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦର ପହଞ୍ଚିବେ । ଏହାପରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ କଟକ ସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନକୁ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଆୟୋଜିତ ଇଣ୍ଡିଆନ ରାଇସ କଂଗ୍ରେସ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଉଦଘାଟନ କରିବା । ସେଠାରେ ପ୍ରାୟ ୧ ଘଣ୍ଟା ରହିବା ପରେ ପୁଣି ଭୁବନେଶ୍ୱର ଫେରିଆସି ଅପରାହ୍ନରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।
ରାଷ୍ଟ୍ରପତିଙ୍କର ଆଜିର କାର୍ଯ୍ୟକ୍ରମ ପାଇଁ ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

Leave A Reply

Your email address will not be published.