Latest Odisha News

BREAKING NEWS

ମନକୁ ଛୁଇଁଗଲା ରାଷ୍ଟ୍ରପତିଙ୍କ କବିତା

ଭୁବନେଶ୍‌:ର:ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉତ୍କଳ ମଣ୍ଡପଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ୩୪ ମିନିଟର ଭାଷଣ ପଢିଥିଲେ । ଅଭିଭାଷଣ ବେଳେ ରାଷ୍ଟ୍ରପତି ପଢିଥିବା କବିତା ସମସ୍ତଙ୍କ ମନକୁ ଛୁଇଁ ଯାଇଥିଲା ।

ପ୍ରଥମେ ରାଷ୍ଟ୍ରପତି ମା’ ଉପରେ ଏକ କବିତା ପଢିଥିଲେ । କବିତାଟି ଥିଲା “ ମା ନାମ ପଛେ କେତେ ଅଟେକି ମଧୁର, ଅମୃତ ନୁହେଁ ତା ସରି । ସାରା ଦୁନିଆରେ ଅଣ୍ଡଳି ହେଲେ ହେଁ ନ ମିଳିବେ ତା ପରି । ସାଙ୍ଗସାଥୀ ସିନା ମିଳିବେ ହଜାରେ ମିଳିବେ ସାହିପଡିଶା, ମା’ର କରୁଣା ଆଦର ମମତା, କେବେ ବି ନ ଥିବ ଆଶା ।’

ସେହିପରି ଭାଷଣ ପ୍ରସଙ୍ଗରେ ବାପାଙ୍କ କଥା କହି ଏକ କବିତା ପଢିଥିଲେ । “ଧନ ନ ଥିଲେ ଭାବନା ନାହିଁ, ମନରେ ଅଛି ବଳ,ମନବଳରେ କରିପାରେ ମୁଁ ଦୁନିଆ ଟଳମଳ’

ଏହାପରେ ରାଷ୍ଟ୍ରପତି ଉତ୍କଳ ଗୌରବଙ୍କର ଏକ କବିତା “ମାନବ ଜୀବନ ନୁହଁଇ କେବଳ ବର୍ଷମାସ ଦିନ ଦଣ୍ଡ..’ ପଢିଥିଲେ । ମହିଳାଙ୍କ ଉଦ୍ଦେଶ୍ୟରେ ମଧ୍ୟ ସେ ଏକ କବିତା ପଢିଥିଲେ । କବିତାଟି ଏହିପରି-“ଆସ ଝଞ୍ଜାପରି ହେବା ଉନ୍ମାଦ..ଆସ ଆକାଶ ପରି ହେବା ବ୍ୟାପ୍ତ..ଆମେ କ୍ରାନ୍ତି ତେଜି, ଆମେ ପ୍ରଳୟ ସାଜି ଅଗ୍ରଜ ହେବା ଏ ଦ୍ୱାର’ । ରାଷ୍ଟ୍ରପତିଙ୍କ ଓଡ଼ିଆରେ ଏହି କବିତା ଆବୃତ୍ତି ଦର୍ଶକଙ୍କ ମନକୁ ଛୁଇଁ ଯାଇଥିଲା ।

ଏଠି କହିରଖିବୁ, ଗତକାଲି ରାଷ୍ଟ୍ରପତି ରାଜଭବନରେ ମଧ୍ୟାହ୍ନ ଭୋଜନ ଏବଂ ରାତ୍ରିଯାପନ କରିଥିଲେ । ରାଷ୍ଟ୍ରପତିଙ୍କ ମଧ୍ୟାହ୍ନ ଭୋଜନ ସମ୍ପୂର୍ଣ୍ଣ ଶାକାହାରୀ ଥିଲା । ବିନା ପିଆଜ ରସୁଣରେ ପ୍ରସ୍ତୁତ ଖାଦ୍ୟ ତାଙ୍କୁ ପରସା ଯାଇଥିଲା । ରାଜଭବନ ପକ୍ଷରୁ ସ୍ଵତନ୍ତ୍ର ଭାବେ ଏହା ରାଷ୍ଟ୍ରପତିଙ୍କ ପାଇଁ ପ୍ରସ୍ତୁତ ହୋଇଥିଲା । ଅପରାହ୍ନରେ ରମାଦେବୀ କାର୍ଯ୍ୟକ୍ରମ ସାରିବା ପରେ ରାଷ୍ଟ୍ରପତି ଏଠାରେ ରାତ୍ରି ଯାପନ କରିଥିଲେ ।

Leave A Reply

Your email address will not be published.