Latest Odisha News

BREAKING NEWS

ଦୁଇ ଦିନ ପରେ ପୁଣି ଶୀତ; ରାତିରେ ୨-୩ ଡିଗ୍ରୀ ତଳକୁ ଖସିବ ପାରଦ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଅନେକ ସ୍ଥାନରେ ଦିନ ବେଳେ ଗରମ ଅନୁଭୂତ ହେଉଥିବା ବେଳେ ରାତିରେ ତାପମାତ୍ରା ହ୍ରାସ ପାଉଛି। ଏମିତି ଆଉ ଦିନ ଚାଲିବ। ରାତିରେ ତାପମାତ୍ରା ୨-୩ ଡିଗ୍ରୀ ତଳକୁ ଖସି ସାମାନ୍ୟ ଶୀତ ଅନୁଭୂତ ହେବ। କିଛି କିଛି ସ୍ଥାନରେ ପାଗ ଥଣ୍ଡା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପକ୍ଷରୁ ସୂଚନା ମିଳିଛି।

ଆସନ୍ତା ୨ଦିନ ରାଜ୍ୟର ପାଗ ଅପରିବର୍ତ୍ତିତ ରହିବ। ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ସକାଳୁ କୁହୁଡ଼ିଆ ପାଗ ରହିବ। ତେବେ ଦିନ ବେଳା ତୀବ୍ର ଖରା ହେବାରୁ ତାପମାତ୍ରା ୩୪ ଡିଗ୍ରି ସେଲ୍‌ସିୟସ୍‌କୁ ବୃଦ୍ଧି ପାଇପାରେ। ଏହି ଦୁଇଦିନ ରାତିରେ ଶୀତ ରହିବ ନାହିଁ। ରାତିର ତାପମାତ୍ରା ୧୯ଡିଗ୍ରି ପାଖାପାଖି ରହିବାର ସମ୍ଭାବନା ରହିଛି।

ଗତ କିଛିଦିନ ହେବା ରାଜ୍ୟର ପାଗ ଶୁଖିଲା ରହୁଥିବା ବେଳେ ଶୁକ୍ରବାର କିଛି କିଛି ସ୍ଥାନରେ ଘନ କୁହୁଡ଼ି ହୋଇଥିଲା। ଭଦ୍ରକ ଯାଜପୁର ଢେଙ୍କାନାଳ କଟକ ଓ ଅନୁଗୁଳ ଆଦି ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ତେବେ ଆସନ୍ତାକାଲିଠାରୁ କୁହୁଡ଼ିର ପରିମାଣ ହ୍ରାସ ପାଇବ। ତେବେ କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ହାଲୁକାରୁ କହୁଡ଼ି ଦେଖିବାକୁ ମିଳିପାରେ।

ତାପମାତ୍ରା

ଗତକାଲି(ଫେବ୍ରୁଆରୀ ୧୦) ରାତିରେ ରାଜ୍ୟରେ ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୬.୬ ଡିଗ୍ରି ରେକର୍ଡ କରାଯାଇଥିଲା। ତା ପଛକୁ ଫୁଲବାଣୀରେ ରାତିରେ ତାପମାତ୍ରା ୯ଡିଗ୍ରି ସେଲ୍‌ସିୟସ୍‌ ରହିଥିବା ବେଳେ  ରାଜଧାନୀ ଭୁବନେଶ୍ୱର ୨୦.୨ଡିଗ୍ରି ଓ କଟକରେ ୧୯.୫ ଡିଗ୍ରି ତାପମାତ୍ରା ରହିଥିଲା। ଗତକାଲି ରାତିରେ କଟକ ଓ ଭୁବନେଶ୍ୱରରେ ଶୀତ ଅନୁଭୂତ ହୋଇନାହିଁ।

Leave A Reply

Your email address will not be published.