Latest Odisha News

ରାଷ୍ଟ୍ରପତିଙ୍କ ଗସ୍ତର ଶେଷ ଦିନ: ରାଜଭବନରେ ଜନଜାତିଙ୍କୁ ଭେଟିବା ପରେ ବ୍ରହ୍ମାକୁମାରୀ ଆଶ୍ରମରେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଓଡ଼ିଶା ଗସ୍ତର ଆଜି ୩ୟ ଦିନ । ଆଜି ସକାଳୁ ସକାଳୁ ରାଷ୍ଟ୍ରପତି ରାଜଭବନରେ ଓଡ଼ିଶା ଆଦିବାସୀଙ୍କ ସମସ୍ୟା ଶୁଣିଛନ୍ତି । ପିଭିଟିଜି ବା ନିର୍ଦ୍ଦିଷ୍ଟ ଭାବେ ସଙ୍କଟପ୍ରବଣ ଜନଜାତି ସମୁଦାୟକୁ ରାଜଭବନରେ ଭେଟିଛନ୍ତି ରାଷ୍ଟ୍ରପତି । ପିଭିଟିଜି ( (PVTGs) ପ୍ରତିନିଧି ମଣ୍ଡଳ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ଏହା ପରେ  ୧୦ଟା ୩୫ରେ ରାଜଭବନରୁ ବାହାରି ପହଞ୍ଚିଥିଲେ ତମାଣ୍ଡୋସ୍ଥିତ ବ୍ରହ୍ମାକୁମାରୀ ଆଶ୍ରମରେ ।  ସେଠାରେ ଲାଇଟ୍ ହାଉସ୍ କଂପ୍ଲେକ୍ସର ଶିଳାନ୍ୟାସ କରିଥିଲେ । ଏଥିସହିତ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମଧ୍ୟ ରାଷ୍ଟ୍ରପତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି  । ବ୍ରହ୍ମାକୁମାରୀ ଆଶ୍ରମରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ରହିବାର କାର୍ଯ୍ୟକ୍ରମ ରହିଛି ।

ବ୍ରହ୍ମାକୁମାରୀ ଆଶ୍ରମରେ ପହଞ୍ଚିବା ପରେ ବାଲିପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ ଇୟର ଅଫ୍ ପଜିଟିଭ୍ ଚେଂଜ-୨୦୨୩ ଥିମର ଲୋକାର୍ପଣ ଉତ୍ସବରେ ଯୋଗଦେବେ । କାର୍ଯ୍ୟକ୍ରମ ଶେଷ ହେବା ପରେ ସେଠାରେ ମଧ୍ୟାହ୍ନ ଭୋଜନ କରିବେ ।  ବ୍ରହ୍ମାକୁମାରୀ ପକ୍ଷରୁ ସ୍ୱତନ୍ତ୍ର ଭୋଜନର ବ୍ୟବସ୍ଥା କରାଯାଇଛି ।

ଏହି ଅବସରରେ ରାଷ୍ଟ୍ରପତିଙ୍କ ପାଇଁ ପ୍ରସ୍ତୁ ହୋଇଛି ପୁରୀ,  ରୁଟି, ଫ୍ରାଏଡ୍ ରାଇସ୍, ସାଧାଭାତ, ଡାଲି ଛତୁ, କ୍ଷୀରି, ଚିଲି ପନିର୍, ଦହିବରା, ସାଲାଡ୍, ଆମ୍ବଖଟା, ଧନିଆ ଚଟଣୀ, ପୋଦିନା ଚଟଣୀ, ବଡ଼ି ଜହ୍ନି ପଡ଼ି ଶାଗ ଛେନାପୋଡ ଆଦି  ବିଭିନ୍ନ ପ୍ରକାର ବ୍ୟଞ୍ଜନ ରାଷ୍ଟ୍ରପତିଙ୍କ ପସନ୍ଦ ଅନୁଯାୟୀ ପ୍ରସ୍ତୁତ ହୋଇଛି ।

ମଧ୍ୟାହ୍ନ ଭୋଜନ ପରେ  ରାଜଭବନ ଫେରିବେ ରାଷ୍ଟ୍ରପତି । ଏହା ପରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି  ।

Leave A Reply

Your email address will not be published.