Latest Odisha News

BREAKING NEWS

ଜ୍ଞାନବାପି ମାମଲା; ଆଜି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି କୋର୍ଟ

ନୂଆଦିଲ୍ଲୀ: ବାରଣାସୀସ୍ଥିତ ଜ୍ଞାନବାପି ପରିସରରେ ଏଏସଆଇ ସର୍ଭେ ଉପରେ ଲାଗିଥିବା ରୋକକୁ ବୁଧବାର ହାଇକୋର୍ଟ କାଏମ୍ ରଖିଛନ୍ତି । ସର୍ଭେ ଉପରେ ସଂପୂର୍ଣ୍ଣ ରୋକ ଲଗାଇବା ପାଇଁ ଏକ କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ବାରାଣସୀର ଜିଲ୍ଲା କୋର୍ଟ ଜ୍ଞାନବାପି ମସଜିଦରେ ବିଜ୍ଞାନଭିତ୍ତିକ ସର୍ଭେ ପାଇଁ ଅନୁମିତି ଦେଇଥିଲେ । ଏହାକୁ କମିଟି ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି । ଏହି ମାମଲାରେ ଆଜି ଅପରାହ୍ନ ୩ଟା ୩୦ରେ ହାଇକୋର୍ଟ ପୁଣି ଶୁଣାଣି କରିବେ ।

ବାରାଣସୀ କୋର୍ଟ ଏଏସଆଇ ସର୍ଭେ ପାଇଁ ଅନୁମତି ଦେବା ପରେ ଏଏସଆଇର ୩୦ ଜଣିଆ ଟିମ୍ ପହଞ୍ଚି ସର୍ଭେ ଆରମ୍ଭ କରିଥିଲା । ଏହାପରେ ମସଜିଦ କମିଟି ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲା । ସୁପ୍ରିମକୋର୍ଟ ଜୁଲାଇ ୨୪ରୁ ୨୬ ତାରିଖ ସନ୍ଧ୍ୟା ୫ଟା ଯାଏ ଏହା ଉପରେ ରୋକ ଲଗାଇଥିଲେ । ଏଥିସହ କମିଟିକୁ ହାଇକୋର୍ଟରେ ଆବେଦନ କରିବାକୁ କହିଥିଲେ । ଏହି ଅନୁସାରେ କମିଟି ଆବେଦନ କରିଥିବା ବେଳେ ହାଇକୋର୍ଟ ଦୁଇ ପକ୍ଷଙ୍କ ଯୁକ୍ତି ଶୁଣିଥିଲେ। ଶେଷରେ ରୋକ ଅବଧିକୁ ଆଜି ଯାଏ ବୃଦ୍ଧି କରିଥିଲେ । ସେପଟେ ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ଭେ ପକ୍ଷରୁ ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା । ଜ୍ଞାନବାପି ଢ଼ାଞ୍ଚାର କ୍ଷତି ନ କରି ସର୍ଭେ କରାଯିବ ବୋଲି ଏଥିରେ କୁହାଯାଇଥିଲା । ଆଜି ମାମଲା ଉପରେ କୋର୍ଟ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି ।

Leave A Reply

Your email address will not be published.