Latest Odisha News

ଲଗାତାର ତୃତୀୟ ବିଜୟ ପରେ ମୋଦୀଙ୍କୁ ଶୁଭେଚ୍ଛାର ସୁଅ, ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଜଣାଇଲେ ବଧାଇ

ନୂଆଦିଲ୍ଲୀ: ଲଗାତାର ତୃତୀୟ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛାର ସୁଅ। ଦେଶରେ ତୃତୀୟ ଥର ପାଇଁ ଏନଡିଏ ସରକାର ଗଢିବାକୁ ଯାଉଛି । ଯଦିଓ ଗତ ଦୁଇଟି ନିର୍ବାଚନ ପରି ଏଥର ବିଜେପି ନିଜ ବଳରେ ବହୁମତ ହାସଲ କରିପାରିନାହିଁ କିନ୍ତୁ ଏନଡିଏ ୨୯୦ରୁ ଅଧିକ ଆସନରେ ବିଜୟ ହାସଲ କରିଛି। ତେବେ ମୋଦୀଙ୍କ ଏହି ବିଜୟକୁ ନେଇ ଶୁଭେଚ୍ଛା ଜଣାଇଲେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ।

ମୋଦୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଏଯାଏଁ ନେହେରୁ ଏକମାତ୍ର ପ୍ରଧାନମନ୍ତ୍ରୀ ଥିଲେ ଯିଏ ଲଗାତାର ୩ଥର ବିଜୟୀ ହୋଇ ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଥିଲେ । ତେବେ ମୋଦୀଙ୍କ ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାକୁ ନେଇ ଦେଶବିଦେଶରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ମାଳଦୀପ ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇବା ସହ ଦୁଇ ଦେଶର ସମୃଦ୍ଧି କାମନା କଲେ। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜ୍ଜିଆ ମେଲୋନି ବି ଶୁଭେଚ୍ଛା ଜଣାଇଲେ। ଉଭୟ ଦେଶର ବନ୍ଧୁତାକୁ ସୁଦୃଢ଼ କରିବା ପାଇଁ କାମ ଜାରି ରହିବ କହିଲେ। ସେହିପରି ଭୂଟାନ ପ୍ରଧାନମନ୍ତ୍ରୀ ଓ ଶ୍ରୀଲଙ୍କା ରାଷ୍ଟ୍ରପତି ମଧ୍ୟ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ।

Leave A Reply

Your email address will not be published.