Latest Odisha News

BREAKING NEWS

ଗୁଣୁପୁରରେ ପ୍ରେସ୍ କ୍ଲବ ଗଠିତ, ବିଭିନ୍ନ ସମସ୍ୟା ନେଇ ଆଲୋଚନା

ଗୁଣୁପୁର: ଗୁଣୁପୁର ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳାରେ କାର୍ଯ୍ୟରତ ସାମ୍ବାଦିକଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୁଣୁପୁର ଉପଖଣ୍ଡର ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଏବଂ ସ୍ୱାସ୍ଥ୍ୟ କାର୍ଡ଼ର୍ ଉପରେ ଆଲୋଚନା କରାଯାଇଥିଲା । ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ଗୁଣୁପୁର ପ୍ରେସ କ୍ଲବ ଗଠନ କରାଯିବାର ନିଷ୍ପତ୍ତି କରାଯାଇଥିଲା ।

ପ୍ରେସ କ୍ଲବରେ ସର୍ବସମ୍ମତିକ୍ରମେ ସଭାପତିଭାବେ ପ୍ରମୋଦ କୁମାର ସାହୁ, ଆବାହକ ଅନିଲ କୁମାର ସାହୁକାର, ଉପସଭାପତି ରବୀନ୍ଦ୍ର ମୋହିନୀ, ସାଧାରଣ ସମ୍ପାଦକ ରାଜେଶ ପଣ୍ଡା, ସହ ସମ୍ପାଦକ ସତ୍ୟ ସୁନ୍ଦର କର ଏବଂ କୋଷାଧ୍ୟକ୍ଷଭାବେ ବ୍ରଜ ସୁନ୍ଦର ପାଢ଼ୀଙ୍କୁ ନିର୍ବାଚିତ କରାଯାଇଛି । କମିଟିରେ ଉପଦେଷ୍ଟାଭାବେ ବରିଷ୍ଠ ସାମ୍ବାଦିକ ଲୋକନାଥ ପାଣିଗ୍ରାହୀ, ଡ଼କ୍ଟର ଚନ୍ଦ୍ରଧ୍ୱଜ ପଣ୍ଡା, ବରିଷ୍ଠ ଓକିଲ ଜୟଶ୍ରୀ ମହାପାତ୍ର ଏବଂ ବରିଷ୍ଠ ସାମ୍ବାଦିକ ତ୍ରିନାଥ ଖାଡ଼ଙ୍ଗାଙ୍କୁ ଚୟନ କରାଯାଇଥିଲା ।

ଖୁବ୍ ଶୀଘ୍ର ଗୁଣୁପୁର ପ୍ରେସ କ୍ଲବର ଆବଶ୍ୟକୀୟ କାଗଜପତ୍ର କରିବା ସହ ସଦସ୍ୟଙ୍କୁ ଆଇକାର୍ଡ଼ ଦିଆଯିବ ବୋଲି ସଭାପତି ପ୍ରମୋଦ କୁମାର ସାହୁ ଜଣାଇଛନ୍ତି ।

Leave A Reply

Your email address will not be published.