Latest Odisha News

BREAKING NEWS

ଭିଆଇପିଙ୍କ ସୁରକ୍ଷାରେ ୩୨ ମହିଳା କମାଣ୍ଡୋ

ନୂଆଦିଲ୍ଲୀ: ଏଥର ଭିଆଇପିଙ୍କୁ ସୁରକ୍ଷା ଦେବେ ମହିଳା କମାଣ୍ଡୋ । ସେଥିପାଇଁ ପ୍ରସ୍ତୁତ ସିଆରପିଏଫ ଟିମ୍ । ପ୍ରଥମକରି ଭିଆଇପିଙ୍କୁ ସୁରକ୍ଷା ଦେବେ ୩୨ଜଣ ମହିଳା କମାଣ୍ଡୋ । ସରକାରୀ ସୂତ୍ର ଅନୁସାରେ, ଭିଆଇପିମାନଙ୍କ ସୁରକ୍ଷା ନିମନ୍ତେ ତାଲିମ ପାଇଛନ୍ତି ସିଆରପିଏଫ ମହିଳା କମାଣ୍ଡୋ । ସିଆରପିଏଫର ପ୍ରଥମ ମହିଳା କମାଣ୍ଡୋ କଣ୍ଟିଜେଣ୍ଟକୁ ଖୁବ ଶିଘ୍ର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ ତାଙ୍କ ସନ୍ତାନ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ତାଙ୍କ ପତ୍ନୀ ଗୁରଶରଣ କୌର ଏବଂ ଏକାଧିକ ଡିୟୁଟିରେ ଥିବା ଅନ୍ୟାନ୍ୟ ହାଇ ରିସ୍କ ବ୍ୟକ୍ତିମାନଙ୍କ ସୁରକ୍ଷା ଲାଗି ମୁତୟନ କରାଯିବ ।

ଭିଆଇପି ସିକ୍ୟୁରିଟି ଡିୟୁଟି ନିମନ୍ତେ ଉକ୍ତ ମହିଳା କମାଣ୍ଡୋମାନେ ୧୦ ସପ୍ତାହ ତାଲିମ ଶେଷ କରିଛନ୍ତି । ବିନା ଅସ୍ତ୍ରରେ ଲଢ଼ିବା ସହ ସ୍ୱତନ୍ତ୍ର ଅସ୍ତ୍ର ଫାଇରିଙ୍ଗ କରିପାରୁଥିବା ଏହି କମାଣ୍ଡୋମାନେ ଆଗାମୀ ଜାନୁଆରୀ ମାସରେ ନିୟୋଜିତ ହୋଇପାରନ୍ତି ।

୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ହାୟିତ୍ୱ ତୁଲାଇବାକୁ ଯିବାକୁ ଥିବା ଅଧିକାରୀମାନଙ୍କ ସହ ମହିଳା କମାଣ୍ଡୋମାନେ ଯିବେ । ପ୍ରଥମ କରି କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ତା’ର ଭିଆଇପି ସିକ୍୍ୟୁରିଟି ୱିଙ୍ଗରେ ୩୨ ଜଣ ମହିଳା କମାଣ୍ଡୋଙ୍କୁ ତାଲିମ ଦେଇଛି । ସେମାନେ ଦିଲ୍ଲୀରେ ଜେଡ+ ସୁରକ୍ଷା ପ୍ରଦାନ କରାଯାଇଥିବା ବ୍ୟକ୍ତି ବିଶେଷଙ୍କ ସୁରକ୍ଷା ଭାର ଗ୍ରହଣ କରିବେ ।

Leave A Reply

Your email address will not be published.