ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନାମକୁ ନେଇ କଟାକ୍ଷ କରିବା ପଡିଲା ମହଙ୍ଗା । ଦେଶର ଅନ୍ୟତମ ଇଂରାଜୀ ସମ୍ବାଦପତ୍ର ‘ଦ ଟେଲିଗ୍ରାଫ’ ବିରୋଧ ନୋଟିସ ଜାରି ହୋଇଛି । ପ୍ରେସ୍ କାଂଉସିଲ୍ ଅଫ୍ ଇଣ୍ଡିଆ ‘ଦ ଟେଲିଗ୍ରାଫ’ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।
ସୂଚନାମୁତାବକ, ସୁପ୍ରିମକୋର୍ଟର ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କୁ ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟସଭାକୁ ସାଂସଦ ଭାବେ ମନୋନୀତ କରିଥିଲେ । ତେବେ ‘ଦ ଟେଲିଗ୍ରାଫ’ ଏହି ଖରକୁ ନିଜ ପ୍ରଥମ ପୃଷ୍ଠାରେ ପ୍ରମୁଖ ସ୍ଥାନ ଦେଇଥିଲା । ତେବେ ଏହି ଖବରର ହେଡଲାଇନ୍ ଥିଲା ‘କୋବିନ୍ଦ, ନଟ୍ କୋଭିଡ୍, ଡିଡ ଇଟ୍’ । ଏହି ପ୍ରକାରର ହେଡ୍ଲାଇନ ରାଷ୍ଟ୍ରପତିଙ୍କ ପାଇଁ ଅପମାନଜନକ ହେବା ସହ ତାଙ୍କ ପଦମର୍ଯ୍ୟାଦାକୁ କ୍ଷୂର୍ଣ୍ଣ କରିଥିଲା ।
ଏ ଘଟଣା ସାମ୍ନାକୁ ଆସିବା ପରେ ପ୍ରେସ କାଂଉସିଲ ଅଫ୍ ଇଣ୍ଡିଆ ‘ଦି ଟେଲିଗ୍ରାଫ୍’କୁ ତାଗିଦ କରିଛନ୍ତି । ଏଥିସହ ରାଷ୍ଟ୍ରପତିଙ୍କ ନାମକୁ ଏପରି କଟାକ୍ଷ ଢ଼ଙ୍ଗରେ ଲେଖିବା ସାମ୍ବାଦିକତା ଆଚରଣ ବିଧିକୁ ଉଲ୍ଲଂଘନ କରୁଥିବା ଦର୍ଶାଇ ପ୍ରେସ୍ ଉାଂଉସିଲ ଅଫ୍ ଇଣ୍ଡିଆ ‘ଦ ଟେଲିଗ୍ରାଫ’କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।
BREAKING NEWS
- ଦିଲ୍ଲୀରେ ଦିଲଜିତଙ୍କ କନସର୍ଟ କ୍ୟାନସଲ୍, ସୁରକ୍ଷା ଦୃଷ୍ଟିରୁ ପୋଲିସ ଦେଲାନି ଅନୁମତି
- ନାବାଳିକାଙ୍କ ପେଟରୁ ବାହାରିଲା ୨୦ କିଲୋ ଓଜନର ଟ୍ୟୁମର
- କଟକ ଷ୍ଟେସନରେ ପୂର୍ବତଟ ରେଳପଥର ‘ରେଳ ଜନ ସମ୍ବାଦ’: ଯାତ୍ରୀଙ୍କ ସମସ୍ୟା ଓ ସୁବିଧା ନେଇ ସିଧାସଳଖ ଆଲୋଚନା
- ସ୍କ୍ରବ୍ ଟାଇଫସ୍ରେ ୧୧ ବର୍ଷୀୟ ବାଳକଙ୍କ ମୃତ୍ୟୁ
- ନିୟମ ବାହାରେ ଔଷଧ ସେବନ, ୨ଟି ମ୍ୟାଚ୍ରୁ ବାହାରିଲେ ସିମର ସ୍କଟ୍
- Missing Girl:ନିଖୋଜ ନାବାଳିକାଙ୍କ ମୃତଦେହ ଉଦ୍ଧାର;ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
- ନିଖୋଜ ପ୍ରେମୀ ଯୁଗଳଙ୍କ ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର
- ‘Protests Achieve Nothing’: ବିରୋଧୀଙ୍କୁ ଶାହାଙ୍କ ସମାଲୋଚନା
- Ranbir Kapoor Apologise: କାହିଁକି ଦଶହରା ମଞ୍ଚରେ ଭୁଲ୍ ମାଗିଲେ ରଣବୀର କପୂର?
- ଦୁର୍ଗା ପୂଜା ବିସର୍ଜନ ଦେଖିବାକୁ ଯାଇ ବୁଡ଼ିଗଲେ; ଜଣେ ମୃତ, ୨ ନିଖୋଜ

Comments are closed.