Latest Odisha News

ଆମେରିକା ପରେ ରୁଷିଆ ଭ୍ୟାକସିନ୍ ପରୀକ୍ଷଣ ଆରମ୍ଭ କଲା

ମସ୍କୋ: ଆମେରିକା ପରେ ରୁଷିଆ କରୋନା ଭ୍ୟାକସିନ୍ ପରୀକ୍ଷଣ ଆରମ୍ଭ କରିଛି । ଋଷ୍‌ରେ ଏବେ ୧୧୪ ଜଣ କରୋନା ଦ୍ୱାରା ଆକ୍ରାନ୍ତ ।  ଋଷ୍‌ରେ ଏକ ସରକାରୀ ବାୟୋଟେକ୍ ଲାବୋରେଟୋରୀର ମୁଖ୍ୟ ଜୁନ୍ ସୁଦ୍ଧା ଏହି ଟୀକା ଅନ୍ୟମାନଙ୍କ ବ୍ୟବହାର ପାଇଁ ଉପଯୋଗୀ ହେବ ବୋଲି ସୂଚନା ଦେଇଛନ୍ତି । ଋଷ୍‌ର ରାଷ୍ଟ୍ରପତି ଭ୍ଲାଦମିର୍ ପୁତିନ୍ ଏବେ ସ୍ଥିତି ନିୟନ୍ତ୍ରଣରେ ଥିଲେ ମଧ୍ୟ ଉଦ୍‌ବେଗଜନକ ରହିଛି ବୋଲି କହିଛନ୍ତି । ଋଷ୍‌ରେ ଏବେ ଜୀବ ଜନ୍ତୁଙ୍କ ଉପରେ ଏହି ଟୀକାକୁ ପରୀକ୍ଷଣ କରାଯାଇଛି । ସାଇବେରିଆରେ ଥିବା ଭେକ୍ଟର ଇନ୍‌ଷ୍ଟିଟ୍ୟୁଟ୍‌ରେ ଏହି ପରୀକ୍ଷଣ କରାଯାଇଛି । ଏହି ଇନ୍‌ଷ୍ଟିଟ୍ୟୁଟ୍ ଇବୋଲାର ଟୀକା ବାହାର କରିଥିଲା ।

ଋଷ୍‌ରେ ୧,୧୬,୦୦୦ଙ୍କୁ କରୋନା ପାଇଁ ପରୀକ୍ଷା କରାଯାଇଛି । ସେମାନଙ୍କ ମଧ୍ୟରେ ୧୧୪ ଜଙ୍କୁ କରୋନା ସଂକ୍ରମଣ ହୋଇଛି । ସମସ୍ତ ସୀମାକୁ ଋଷ୍ ସିଲ୍ କରିଛି । ଏହି ସଂକ୍ରମଣ ପାଇଁ କୌଣସି ଭ୍ୟାକସିନ୍ କାମ କରୁନାହିଁ । ଆମେରିକାରେ କରୋନା ଟୀକାର ପରୀକ୍ଷଣ ଆରମ୍ଭ ହୋଇ ସାରିଲାଣି । ପ୍ରଥମେ ଆମେରିକାରେ ଜଣେ ମହିଳାଙ୍କୁ ଏହି ଟୀକା ଦିଆଯାଇଥିଲା । ମୋଟ୍ ୪୫ ଜଣ ସ୍ୱେଚ୍ଛାସେବୀଙ୍କୁ କରୋନା ଟୀକା ଦିଆଯିବ । ମାସେ ପରେ ଏହାର ଫଳା ଫଳ ଜଣା ପଡିବ ।

Leave A Reply

Your email address will not be published.