Latest Odisha News

BREAKING NEWS

ଦେଶର ଅର୍ଥନୀତିରେ ବଡ଼ ପ୍ରଭାବ ଆଣିବ ବଜେଟ : ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ ବଜେଟକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ ସେ କହିଥିଳେ ରେଲୱେ ଏକ ସାଗର । ବାର୍ଷିକ ୮୫୦ କୋଟି ଯାତ୍ରୀଙ୍କୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯାଇଛି । ଦେଶର ଅର୍ଥନୀତିରେ ବଡ ପ୍ରଭାବ ଆଣିବ ବଜେଟ। ବନ୍ଦେ ଭାରତ ଟ୍ରେନ ଯାତ୍ରୀଙ୍କ ପାଇଁ ବଡ ଉପଲବ୍ଧି ଆଣିବ । ଇଲକ୍ଟ୍ରୋନିକ୍ସ ମାନୁଫ୍ୟାକଚରିଂକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ଉଦ୍ୟୋଗୀଙ୍କ ସାମଗ୍ରୀ ବିକ୍ରିରେ ବଡ ଭୂମିକା ନେବ ରେଳବାଇ ।

ନୂଆ ବଜେଟରେ ରେଳ ବିଭାଗ ପାଇଁ ୧ ଲକ୍ଷ ୪୦ ହଜାର ୩୬୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ଗତ ଥରର ସଂଶୋଧିତ ବ୍ୟୟବରାଦଠାରୁ ପ୍ରାୟ ୨୦,୩୧୧ କୋଟି ଅଧିକ । ରେଳ ଲାଇନର ନବୀକରଣ ପାଇଁ ୧୩ ହଜାର ୩୩୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ଦୋହରିକରଣ ପାଇଁ ୧୨ ହଜାର ୧୦୮ କୋଟିର ବ୍ୟୟବରାଦ କରାଯାଇଛି ।

ଟ୍ରେନରେ ଯାତ୍ରୀଙ୍କୁ ସମସ୍ତ ବୈଷୟିକ ସୁବିଧା ମିଳିବ । ୩ ବର୍ଷରେ ୪୦୦ ବନ୍ଦେ ଭାରତ ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ଡିଜିଟାଲ ଇଣ୍ଡିଆକୁ ବଜେଟରେ ଗୁରୁତ୍ୱ ଦିଆଯାଇଛି । ୧ ଲକ୍ଷ ୩୭ ହଜାର କୋଟି ରେଳ ବଜେଟ । ବନ୍ଦେ ଭାରତକୁ ଲୋକେ ଗ୍ରହଣ କରୁଛନ୍ତି, ୯୫% ସିଟ୍ ପୂରା ହେଉଛି ବୋଲି କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Comments are closed, but trackbacks and pingbacks are open.