ଖେଳାଳିମାନେ ଲୟକୁ ଫେରିଛନ୍ତି: କୋଚ ପେୟଟନ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ କେରଳ ବ୍ଲାଷ୍ଟର୍ସ ବିପକ୍ଷ ମ୍ୟାଚ ଓଡିଶା ଏଫସି ଡ୍ର ରଖିବା ଫଳରେ ଖେଳାଳିମାନଙ୍କ ମନୋବଳ ବଢ଼ିଛି । କ୍ରମାଗତ ପରାଜୟ ପରେ ଏଥର ଖେଳାଳିମାନେ ଲୟକୁ ଫେରିଛନ୍ତି ବୋଲି କୋଚ ଗେରୀ ପେୟଟନ କହିଛନ୍ତି । ଓଡିଶା ତାର ପରବର୍ତୀ ମ୍ୟାଚରେ ନର୍ଥଇଷ୍ଟ ୟୁନାଇଟେଡକୁ ଭେଟିବ । ବ୍ରାଡ ଇନମାନଙ୍କ ଭଲ ପ୍ରଦର୍ଶନ କରିଥିଲେ । ଏବେ ବ୍ୟକ୍ତିଗତ ଭାବେ ପଲ ରାମଫାଙ୍ଗଜୁଆଭଙ୍କ ଫିଟ ହେବାକୁ ଅପେକ୍ଷା କରିଛି । ସେ ଫିଟ ହେଲେ ଦଳ ଆହୁରି ଶୃଙ୍ଖଳିତ ହେବ ବୋଲି ସେ କହିଛନ୍ତ ।ଇନମ୍ୟାନଙ୍କୁ ମୋହନବାଗାନଠାରୁ ଆଣିବା ପରେ ସେ ତାଙ୍କ ଉପସ୍ଥିତି ପ୍ରତିପାଦିତ କରିବା ଆରମ୍ଭ କରିଛନ୍ତି । ଆଗକୁ ଆହୁରି ୪ଟି ମ୍ୟାଚ ଓଡିଶା ଏଫସି ଖେଳିବ । ଏଗୁଡିକରେ ଭଲ ପ୍ରଦର୍ଶନ କରି ପ୍ରଶଂସକଙ୍କୁ ମନ କିଣିବାକୁ ଚେଷ୍ଟା କରିବୁ ବୋଲି ପେୟଟନ କହିଛନ୍ତି । ଡିଏଗୋ ମୌରିସିଓ ଭଲ ଫର୍ମରେ ରହିଛନ୍ତି । ତାଙ୍କଠାରୁ ଆଗକୁ ଆହୁରି ଭଲ ପ୍ରଦର୍ଶନ ଆଶା କରୁଛୁ ବୋଲି କୋଚ କହିଛନ୍ତି ।