ଡର୍ବାନ: ଦକ୍ଷିଣ ଆଫ୍ରିକାର କୁର୍ଗର ଜାତୀୟ ପାର୍କରେ କରୋନା ଭାଇରସର କରାଳ ଛାୟା ମଧ୍ୟରେ ଏକ ଅଦ୍ଭୁତପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଛି । ପୂର୍ବରୁ ଏହି ପାର୍କରେ ରହୁଥିବା ସିଂହମାନଙ୍କୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ଓ ପଶୁପ୍ରେମୀମାନେ ଆସିଥାନ୍ତିି । ତେବେ ଏବେ ଅଲଗା ପ୍ରକାର ଦୃଶ୍ୟ ଦେଖିବାକୁ ମିଳିଛି । କୁର୍ଗର ପାର୍କ ରାସ୍ତାରେ ସିଂହମାନେ ନିର୍ଭୟରେ ଶୋଇ ରହିଛନ୍ତି । ପୂର୍ବରୁ ଏହି ରାସ୍ତାରେ ଗାଡି ଯିବା ଆସିବା କରୁଥିବାରୁ ସିଂହମାନେ ରାସ୍ତା ଉପରେ ବେଶି ସମୟ ରହି ନ ଥାନ୍ତି ।
କରୋନା ଯୋଗୁ ଏଠାରେ ଲକଡାଉନ କରାଯାଇଛି । ପର୍ଯ୍ୟଟକମାନେ ଆସୁ ନ ଥିବା ବେଳେ କେବଳ ସେମାନଙ୍କୁ ଖାଦ୍ୟ ଯୋଗାଇବାକୁ ମଝିରେ ମଝିରେ ଗୋଟିଏ କିମ୍ବା ୨ଟି ଗାଡି ଆସିଥାଏ । ଜଣେ ଫଟୋଗ୍ରାଫର ଏହି ଫଟୋ ଶେୟାର କରି ସୋସିଆଲ ସାଇଟରେ ବେଶ୍ ପ୍ରଶଂସା ପାଉଛନ୍ତି ।
Comments are closed.