Latest Odisha News

BREAKING NEWS

ଓଡିଶା ପାଇଁ ଗର୍ବ, ନୋବେଲ ଶାନ୍ତି ପୁରସ୍କାର ଟିମରେ ଏନଆଇଟିର ପୂର୍ବତନ ଛାତ୍ର

ରାଉରକେଲା: ୱାର୍ଲଡ୍ ଫୁଡ ‌ପ୍ରୋଗ୍ରାମ(ଡବ୍ଲୁଏଫ୍‌ପି)କୁ ମିଳିଛି ନୋବେଲ ଶାନ୍ତି ପୁରସ୍କାର ୨୦୨୦ । ଏହା ଓଡିଶା ପାଇଁ ଗର୍ବ ଯେ ଏହି ଟିମରେ ପରାମର୍ଶଦାତା ପରିଷଦର ସଦସ୍ୟ ଭାବେ କାମ କରିଛନ୍ତି ରାଉରକେଲା ଏନଆଇଟିର ଛାତ୍ର ପ୍ରଣବ ଖୈତାନ । ସେ ଏଥିରେ ‘କୃତ୍ରିମ ବୁଦ୍ଧିମତା ପ୍ରାଦ୍ୟୋଗିକି’(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଟେକ୍ନୋଲୋଜି)ର ନେତୃତ୍ୱ ନେଉଥିଲେ । ନୋବେଲ ପୁରସ୍କାର ଘୋଷଣା ପରେ ପ୍ରଣବଙ୍କ ଅବଦାନକୁ ପ୍ରଶଂସା କରାଯାଇଛି ।

ଡବ୍ଲୁଏଫ୍‌ପିର କାର୍ଯ୍ୟଧାରା ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ଭୋକ ଦୂର କରାଯାଇପାରିଛି । ପ୍ରଣବଙ୍କ ନେତୃତ୍ୱାଧୀନ ଗୁଗୁଲ ରିସର୍ଚ୍ଚ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରିବା ସହିତ ଏଥିରେ ଭାଗୀଦାର ଥିଲା । ଦୁଇ ବର୍ଷ ତଳେ ଡବ୍ଲୁଏଫ୍‌ପି ଓ ଗୁଗୁଲ ମଧ୍ୟରେ ପାର୍ଟନରସିପରେ ଏହି କାମ ଆରମ୍ଭ ହୋଇଥିଲା । ବିଶ୍ୱରେ ଥିବା କ୍ଷୁଧାକୁ ଦୂର କରିବା ପାଇଁ ପ୍ରଣବ ପରାମର୍ଶ ଦେଇଥିଲେ ।

ପ୍ରଣବ ବେଙ୍ଗାଳୁରୁର ଜୈନ ଇଣ୍ଟରନ୍ୟାସନାଲ ସ୍କୁଲରେ ଶିକ୍ଷା ସମାପ୍ତ ପରେ ସେ ରାଉରକେଲା ଏନଆଇଟିରେ କମ୍ପୁଟର ସାଇନସ୍ ଆଣ୍ଡ ଇଂଜିନିଅରିଂ ବିଭାଗରେ ନାମ ଲେଖାଇଥିଲେ । ୨୦୦୯ ଏଠାରୁ ଟପ୍ପର ଭାବେ ପାସ୍ କରିବା ପରେ ସେ ଷ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ହାସଲ କରିଥିଲେ । ଏହା ପରେ ସେ ଫେସବୁକରେ ନିଯୁକ୍ତି ପାଇଥିଲେ । ବର୍ତ୍ତମାନ ସେ ଗୁଗୁଲରେ ସିନିଅର ଇଂଜିନିଅରିଂ ଲିଡ୍ ଭାବେ କାର୍ଯ୍ୟରତ ।
ପ୍ରଣବଙ୍କ ପରିବାର ରାଉରକେଲାରେ ରହୁଥିବା ବେଳେ ପୁଅର ଏହି ସଫଳତାରେ ପରିବାର ସଦସ୍ୟ ଓ ସମ୍ପର୍କୀୟ ଖୁସି ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.