Latest Odisha News

ଚେନ୍ନାଇକୁ ୭ ୱିକେଟରେ ହରାଇଲା ରାଜସ୍ଥାନ ରୟାଲ୍ସ

ଆବୁଧାବି: ଜୋଶ ବଟଲରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ସୋମବାର ଅନୁଷ୍ଠିତ ଆଇପିଏଲ୍ ମ୍ୟାଚରେ ଜିତିଲା ରାଜସ୍ଥାନ ରୟାଲ୍ସ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୧୨୫ ରନର ଟାର୍ଗେଟ୍ ଦେଇଥିବା ବେଳେ ରାଜସ୍ଥାନ ମାତ୍ର ୧୭.୩ ଓଭରରେ ୩ ୱିକେଟ୍ ହରାଇ ଲକ୍ଷ୍ୟ ପୂରଣ କରିଦେଇଥିଲା । ମୋଟ ୧୦ଟି ମ୍ୟାଚରୁ ରାଜସ୍ଥାନ ୪ଟିରେ ବିଜୟ ଲାଭ କରି ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି ।

ଟସ୍ ଜିତି ଚେନ୍ନାଇ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଡୁ ପ୍ଲେସି ୧୦ ରନ ଓ ଶେନ ୱାଟସନ ୮ ରନ କରି ଆଉଟ୍ ହୋଇଯାଇଥିଲେ । ଦଳ ପକ୍ଷରୁ ଆର ଜାଡେଜା ୩୫ ରନ କରି ଅପରାଜିତ ଥିବା ବେଳେ ଧୋନି ମାତ୍ର ୨୮ ରନ ଓ କୁରାନ ମାତ୍ର ୨୨ ରନ କରିପାରିଥିଲେ ।

ଚେନ୍ନାଇ ପରି ରାଜସ୍ଥାନ ମଧ୍ୟ ଆରମ୍ଭରୁ ବ୍ୟାଟିଂ ବପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦୀପକ ଚହର ଓ ଜୋଶ୍ ହାଜେଲଉଡଙ୍କ ଘାତକ ବୋଲିଂରେ ମାତ୍ର ୨୮ ରନ ଭିତରେ ତିନିଟି ଓି୍ୱକେଟର ପତନ ହୋଇଥିଲା । କିନ୍ତୁ ବଟଲରଙ୍କ ଧୁଆଁଦାର ବ୍ୟାଟିଂ ବଳରେ ଦଳର ବିଜୟର ଦ୍ୱାରଦେଶରେ ପହଞ୍ଚିଥିଲା । ବଟଲର ଓ ଷ୍ଟିଭ୍ ସ୍ମିଥ୍‌ଙ୍‌କ ଯୋଡି ୯୮ ରନ କରିଥିଲେ । ଦଳ ମାତ୍ର ୧୭. ୩ ଓଭରରେ ମ୍ୟାଚ୍ ଜିତ୍ ଯାଇଥିଲା ।

Leave A Reply

Your email address will not be published.