Latest Odisha News

BREAKING NEWS

ମୁକ୍ତେଶ୍ୱର ମନ୍ଦିରରେ ନୃତ୍ୟଶିଳ୍ପୀଙ୍କୁ ବାଡି ଧରି ଗୋଡେଇଲେ ପୂଜାରୀ

ଭୁବନେଶ୍ୱର: ଓଡ଼ିଶୀ ନୃ୍ତ୍ୟଶିଳ୍ପୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ଭୁବନେଶ୍ୱର ମୁକ୍ତେଶ୍ୱର ମନ୍ଦିରର ଜଣେ ପୂଜାରୀଙ୍କୁ ପୋଲିସ ଗିରଫ କରିଛି । ଗତକାଲି ସନ୍ଧ୍ୟାରେ ଏହି ଓଡ଼ିଶୀ ନୃତ୍ୟ ଶିଳ୍ପୀ ଫଟୋ ସୁଟ କରୁଥିଲେ । ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହାର ଭିଡିଓ ଭାଇରାଲ ହୋଇଛି । ଭିଡିଓରେ ଦେଖିବାକୁ ମିଳିଛି ଶକ୍ତିକାନ୍ତ ବଟୁ ଏକ ବାଡି ଧରି ନୃତ୍ୟ ଶିଳ୍ପୀଙ୍କୁ ଆକ୍ରମଣ କରୁଛନ୍ତି । ସେ ଜଣେ ମହିଳା ନୃତ୍ୟ ଶିଳ୍ପୀଙ୍କୁ ମଧ୍ୟ ଦୁର୍ବ୍ୟବହାର ଦେଖାଉଥିବା ଅଭିଯୋଗ ହୋଇଛି ।

ଫଟୋ ସୁଟକୁ ନେଇ  ପ୍ରଥମେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ମୁକ୍ତେଶ୍ୱର ମନ୍ଦିରରେ ଫଟୋ ଉଠାଇବା ମନା ବୋଲି କହି ନୃତ୍ୟ ଶିଳ୍ପୀଙ୍କୁ ବାରଣ କରିଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।  ପରେ ପୂଜାରୀ ଉତ୍ତ୍ୟକ୍ତ ହୋଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଏକ ବାଡି ଧରି ସେମାନଙ୍କୁ ଆକ୍ରମଣ କରିଥିଲେ ।

ତେବେ ଏହି ଘଟଣାର ଦୃଶ୍ୟକୁ କେହି ଭିଡିଓରେ ରେକର୍ଡିଂ କରି ନେଇଥିଲା । ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଅନ୍ୟପକ୍ଷେ ଏ ନେଇ ନୃତ୍ୟଶିଳ୍ପୀମାନେ ଅଭିଯୋଗ କରିବା ପରେ ପୋଲିସ ସଂପୃକ୍ତ ପୂଜାରୀଙ୍କୁ ଗିରଫ କରିଛି ।

ଏ  ନେଇ ଦୁଇଟି ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଅଭିଯୁକ୍ତ ସେବାୟତ ମୁକ୍ତିିକାନ୍ତ ବଟୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.